ସୁସ୍ଥ ହେଉଛନ୍ତି କଣ୍ଠଶିଳ୍ପୀ ଶାନ୍ତିଲତା ବାରିକ

0

ଭୁବନେଶ୍ୱର (ଆମ ଟିଭି): ସୋସିଆଲ ମିଡିଆରେ ଘୂରି ବୁଲୁଥିବା କଣ୍ଠଶିଳ୍ପୀ ଶାନ୍ତିଲତା ବାରିକଙ୍କ ମୃତ୍ୟୁ ଖବର ଗୁଜବ । ତାଙ୍କ ସ୍ୱାସ୍ଥ୍ୟବସ୍ଥା ଆହୁରି ଧୀରେ ଧୀରେ ସୁଧୁରୁଛି। ଗୁରୁତର ଅବସ୍ଥାରେ ସେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଦୀର୍ଘ ୭ ଦିନ ହେଲା ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ସେ ଭେଂଟିଲେଟରରେ ଅଛନ୍ତି । ଓଡ଼ିଆ ଭକ୍ତି ସଙ୍ଗୀତ ଜଗତରେ ଶାନ୍ତିଲତା ବାରିକଙ୍କ ନାମ ଅତି ପରିଚିତ ।

ନିଜ କଣ୍ଠର ଯାଦୁଗରୀରେ ଅପୂର୍ବ ଭକ୍ତି ଭାବନା ଯୋଡ଼ି ଯେଉଁ ସଙ୍ଗୀତ ପରିବେଶଣ କରନ୍ତି ତାହା ଶ୍ରୋତାଙ୍କ ମନରେ ଭକ୍ତି ସମର୍ପଣ ଭରିଦିଏ । ସେ ନିଜ ଭଜନରେ ଓଡ଼ିଶାର କଳା, ସଂସ୍କୃତି ଓ ଜଗନ୍ନାଥଙ୍କ ସହ ଜନମାନସକୁ ଯୋଡ଼ିବାକୁ ଚେଷ୍ଟା କରନ୍ତି । ସାମାଜିକ ଗଣମାଧ୍ୟମରେ ଭାଇରାଲ ହେଉଥିବା ତାଙ୍କ ମୃତ୍ୟୁ ଖବର ଗୁଜବ ବୋଲି କହିଛନ୍ତି ଶାନ୍ତିଲତା କଲଚରାଲ ଟ୍ରଷ୍ଟ ସଦସ୍ୟ ।

Leave A Reply

Your email address will not be published.