ଜୀସାର୍ଥକ ର ନୂଆ ଓଡିଆ ଫିଲ୍ମ ‘ପ୍ରତିଶୋଧ’ର ଶୁଭମୁକ୍ତି ସେପ୍ଟେମ୍ବର ୨୫

0

ଭୁବନେଶ୍ୱର (ଆମ ଟିଭି): ଜୀ-ସାର୍ଥକ ଫିଲ୍ମସ୍‌ ସବୁବେଳେ ଭିନ୍ନ ଭିନ୍ନ କାହାଣୀ ଓ ଓଡ଼ିଶା ନାରୀର ଅଦମ୍ୟ ମନୋବଳ ପ୍ରତିଫଳିତ କରିଛନ୍ତି ନିଜର ଫିଲ୍ମ ମାଧ୍ୟମରେ । ଏଥର ଆଉ ଗୋଟେ ପାଦ ଥାପିଛି ଓଡ଼ିଶାର ଏହି ଏକ ନମ୍ବର ମନୋରଂଜନ ଚ୍ଯାନେଲ । ଆସନ୍ତା ୨୫ତାରିଖରେ ପ୍ରଥମ ଥର ପାଇଁ ଜୀ-ସାର୍ଥକ ଫିଲ୍ମସ୍‌ ନିବେଦିତ ଓ କ୍ଷୀରୋଦ ପଟ୍ଟନାୟକଙ୍କ ପ୍ରଯୋଜିତ ଓଡ଼ିଆ ଫିଲ୍ମ ‘ପ୍ରତିଶୋଧ’ ରିଲିଜ୍ ହେବ ନିକଟସ୍ଥ ଫିଲ୍ମ ହଲ ରେ । ଫିଲ୍ମ ଟି ହଲ ରିଲିଜ୍ ପରେ ଦର୍ଶକ ମାନେ ଦେଖିପାରିବେ ତାଙ୍କ ପ୍ରିୟ ଚ୍ଯାନେଲ, ଜୀ-ସାର୍ଥକରେ ।ପୂର୍ବରୁ ସେପ୍ଟେମ୍ବର ୨୨ ରେ ଚଳଚ୍ଚିତ୍ରଟି‌ ସାରା ଓଡିଶାରେ ମୁକ୍ତିଲାଭ କରିବାର ଥିଲା ଅନିର୍ବାଯ୍ୟ କାରଣ ବସତଃ ଏହାର ମୁକ୍ତିଲାଭ ତାରିଖ ସେପ୍ଟେମ୍ବର ୨୫ (ସୋମବାର) କୁ ଘୁଞ୍ଚାଇ ଦିଆଯାଇଛି।

ସାଇ ସ୍ବରାଜ ମଙ୍ଗରାଜଙ୍କ ନିର୍ଦ୍ଦେଶୀତ ‘ପ୍ରତିଶୋଧ’ରେ ଓଡ଼ିଆ ଫିଲ୍ମ ଜଗତର ଆଗଧାଡିର ନାୟିକା ତଥା ଅନେକ ଫିଲ୍ମରେ ନିଜର ଅଭିନୟର ପାରଦର୍ଶିତା ଯୋଗୁଁ ବହୁ ପୁରସ୍କାର ସାଉଁଟିଥିବା ଚୁଲବୁଲି ନାୟିକା ଏଲିନା ସାମନ୍ତରାୟ ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି ଓ ଏଥିରେ ଏଲିନାଙ୍କ ବ୍ୟତୀତ କୁନା ତ୍ରିପାଠୀ, ସମରେଶ, ବବି ମିଶ୍ର ପ୍ରମୁଖ ଅଛନ୍ତି । ଫିଲ୍ମର ଚିତ୍ରନାଟ୍ୟ ଏବଂ ସଂଳାପ ରଚନା କରିଛନ୍ତି ଭରଦ୍ବାଜ ପଣ୍ଡା ଏବଂ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଗୁଡ୍‌ଲି ରଥ।

ଜୀବନରେ ଅନେକ ଦୁଃଖଦ ପରିସ୍ଥିତିକୁ ସାମ୍‌ନା କରିଥିବା ଗୋଟିଏ ସାଧାରଣ ଝିଅ ସମୟାନ୍ତରରେ କିପରି ନିଜ ପ୍ରତି ହେଉଥିବା ଅନ୍ୟାୟର ପ୍ରତିଶୋଧ ନେଉଛି ତା’ ଉପରେ ଆଧାରିତ ଏହି ଚଳଚ୍ଚିତ୍ର। ଆକ୍ସନ୍‌ ଓ ଡ୍ରାମା ସହ ଦର୍ଶକଙ୍କୁ ଏକ ଭିନ୍ନ କାହାଣୀ ମାଧ୍ୟମରେ ଏହା ଦର୍ଶକଙ୍କୁ ବାନ୍ଧି ରଖିବ ବୋଲି ଆଶା କରାଯାଉଛି । ପୂର୍ବରୁ ପ୍ରେମ ଆଧାରିତ ଫିଲ୍ମରେ ଚୁଲ୍‌ବୁଲି ଚରିତ୍ର କରି ଦର୍ଶକୀୟ ପ୍ରଶଂସା ସାଉଁଥିବା ଏଲିନା ‘ପ୍ରତିଶୋଧ’ରେ ବେଶ୍‌ କେତୋଟି ଆକ୍ସନ ସିନ୍‌ରେ ନଜର ଆସିବେ । ଏଥିପାଇଁ ସେ ସ୍ୱତନ୍ତ୍ର ପ୍ରସ୍ତୁତି କରିଛନ୍ତି ବୋଲି କହିଛନ୍ତି ଏଲିନା । ଓଡ଼ିଆ ସିନେ ଇଣ୍ଡଷ୍ଟ୍ରିକୁ ଅନେକ ସଫଳ ଫିଲ୍ମ ଦେଇଥିବା ବେଳେ ‘ପ୍ରତିଶୋଧ’ ଫିଲ୍ମ ମାଧ୍ୟମରେ ଚଳଚ୍ଚିତ୍ର ଇତିହାସରେ ଏକ ମାଇଲ ଖୁଣ୍ଟ ନିଶ୍ଚୟ ସ୍ଥାପନ କରିବେ ବୋଲି ପ୍ରଯୋଜନା ସଂସ୍ଥା ଆଶା ରଖିଛନ୍ତି ।

Leave A Reply

Your email address will not be published.