ଅଯୋଧ୍ୟାରେ ଆକାଶଛୁଆଁ ହୋଟେଲ ଭଡା

0

ନୂଆଦିଲ୍ଲୀ(ଆମ ଟିଭି): ଭବ୍ୟ ରାମ ମନ୍ଦିର ଉଦଘାଟନ ଉତ୍ସବ ପାଇଁ ସଜେଇ ହେଲାଣି ଅଯୋଧ୍ୟା। ଜାନୁଆରୀ ୨୨ରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ସହ ରାମ ମନ୍ଦିରର ଭବ୍ୟ ଆୟୋଜନ ହେବ। ତେବେ ଏବେଠାରୁ ଅଯୋଧ୍ୟାରେ ଜନ ସମାଗମ ଆରମ୍ଭ ହେଲାଣି। ଅଯୋଧ୍ୟାରେ ପହଞ୍ଚିବା ପରେ ଯାତ୍ରୀ ହୋଟେଲ କି ଲଜ୍ରେ ମୁଣ୍ଡ ଗୁଞ୍ଜିବାକୁ ସ୍ଥାନଟିଏ ଖୋଜୁଥିବାବେଳେ ହୋଟେଲ ଭଡା ଏବେ ଆକାଶଛୁଆଁ ହୋଇଛି। ଅଯୋଧ୍ୟାରେ ଏବେ ରହିବା ଠାରୁ ଆରମ୍ଭ କରି ଖାଦ୍ୟ ଯାଏଁ ସବୁ ଦାମ୍ ବଢିବାରେ ଲାଗିଛି।

ରାମ ମନ୍ଦିର ଉଦ୍ଘାଟନ ପୂର୍ବରୁ ଅଯୋଧ୍ୟାରେ ହୋଟେଲ ବୁକିଂ ୮୦ପ୍ରତିଶତ ବୃଦ୍ଧି ପାଇଛି। ମିଡିୟମ ରୁମ୍ ଠାରୁ ଆରମ୍ଭ କରି ଲକ୍ସରି ରୁମ୍ ଯାଏଁ ସବୁର ଦାମ୍ ୫ଗୁଣ ଅଧିକ ବୃଦ୍ଧି ପାଇଛି। କହିରଖୁଛୁ କି, ଗୋଟିଏ ଲକ୍ସରୀ ରୁମ୍ର ଦାମ୍ ସେଠାରେ ୧ଲକ୍ଷ ଟଙ୍କା ରହିଛି। ହୋଟେଲର ଦାମ୍ ଏତେ ଅଧିକ ଥିଲେ ବି ସବୁ ରୁମ୍ ବୁକିଂ ହୋଇଯାଉଛି।

 

Leave A Reply

Your email address will not be published.