ମନ୍ କି ବାତ୍ ରେ ମୋଦିଙ୍କ ଆହ୍ବନ କ୍ରମେ ତ୍ରିରଙ୍ଗାମୟ ହେଉଛି ସୋସିଆଲ ମିଡିଆ
ନୂଆଦିଲ୍ଲୀ(ଆମ ଟିଭି): ୭୫ତମ ସ୍ବାଧିନତା ଦିବସକୁ ଆଉ ଆଳ୍ପ କେଇଟା ଦିନର ଅପେକ୍ଷା। ତେଣୁ ଦେଶବାସୀ ପାଳୁଛନ୍ତି ଆଜାଦି କା ଅମୃତ ମହୋତ୍ସବ ।ଏହି ଆବସରରେ ତ୍ରୀରଙ୍ଗାମୟ ହେଉଛି ସୋସିଆଲ ମିଡ଼ିଆ। ମନ କି ବାତ୍ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଅପିଲ କରିବା ପରେ ବଦଳୁଛି ସୋସିଆଲ ମିଡିଆର ପ୍ରୋଫାଇଲ। ଆଜି ଅଗଷ୍ଟ ୨ ଅର୍ଥାତ୍ ତ୍ରିରଙ୍ଗାର ନିର୍ମାତା ପିଙ୍ଗଳି ଭେଙ୍କେୟାଙ୍କ ଜନ୍ମବାର୍ଷିକି। ତେଣୁ ଆଜିଠୁ ଆରମ୍ଭ ହୋଇଯାଇଛି ଏଭଳି ଅଭିଯାନ। ସେହିଭଳି ୧୩ରୁ ୧୫ ଅଗଷ୍ଟ ପର୍ଯ୍ୟନ୍ତ ହର ଘର ତ୍ରିରଙ୍ଗା ଆୟୋଜନ ମଧ୍ୟ ହେବ ।

ଏହି କ୍ରମରେ ଉଭୟ ନିଜର ଟ୍ୱିଟର ଓ ଫେସବୁକ ପ୍ରୋଫାଇଲ ଫଟୋ ବଦଳାଇଛନ୍ତି ମୋଦି । ନିଜର ଟ୍ୱିଟର ଓ ଫେସବୁକ ପ୍ରୋଫାଇଲ ଫଟୋରେ ସେ ତ୍ରିରଙ୍ଗା ପତାକା ରଖିଛନ୍ତି। କେବଳ ପ୍ରଧାନମନ୍ତ୍ରୀ ନୁହଁନ୍ତି ଶହଶହ ସୋସିଆଲ ମିଡ଼ିଆ ୟୁଜର ମଧ୍ୟ ନିଜର ପ୍ରୋଫାଇଲ ଫଟୋରେ ତ୍ରିରଙ୍ଗା ରଖିଛନ୍ତି । ପ୍ରଧାନମନ୍ତ୍ରୀ ନିଜର ଡିପି ବଦଳାଇବା ସହ ଟ୍ୱିଟରରେ ଲେଖିଛନ୍ତି, ମୁଁ ମୋର ପ୍ରୋଫାଇଲ ଫଟୋ ବଦଳାଇଛି । ଅନ୍ୟମାନେ ମଧ୍ୟ ନିଜର ପ୍ରୋଫାଇଲ ବଦଳାନ୍ତୁ । ତ୍ରିରଙ୍ଗା ଏବେ ଦେଶବାସୀଙ୍କ ପାଇଁ ପ୍ରେରଣା ଓ ଶକ୍ତିର ଉତ୍ସ ପାଲଟିଛି । ଯାହା ପାଇଁ ପ୍ରତ୍ୟେକ ଦେଶବାସୀ ଗର୍ବିତ।