ନୂଆଦିଲ୍ଲୀ (ଆମ ଟିଭି): ଲୋକସଭା ନିର୍ବାଚନର ତୃତୀୟ ପର୍ଯ୍ୟାୟ ଭୋଟିଂ ଜାରି ରହିଛି । ଉତ୍ତର ପ୍ରଦେଶର ୧୦ଟି ଲୋକସଭା କ୍ଷେତ୍ରରେ ଆଜି ଭୋଟ୍ ପଡୁଛି । ଆଉ ଏହାରି ଭିତରେ ରାମ ମନ୍ଦିରକୁ ନେଇ ଏକ ବିବାଦୀୟ ବୟାନ ଦେଇଛନ୍ତି ସମାଜବାଦୀ ପାର୍ଟିର ନେତା ତଥା ରାଷ୍ଟ୍ରୀୟ ମହାସଚିବ ରାମଗୋପାଳ ଯାଦବ । ତେବେ ରାମଗୋପାଳଙ୍କ ଏହି ବୟାନ ପରେ ବିଜେପି ମଧ୍ୟ ତାଙ୍କ ଉପରେ ପ୍ରତିକ୍ରିୟାଶୀଳ ହେଇଛି । ରାମଗୋପାଳ କହିଛନ୍ତି ଯେ, ରାମ ମନ୍ଦିର ବେକାର ଅଟେ । ଏମିତି ମନ୍ଦିର ନିର୍ମାଣ ହୁଏନି । ତେବେ ରାମଗୋପାଳ ଯାଦବଙ୍କ ଏହି ବୟାନକୁ ନେଇ ଏବ ରାଜନୀତି ତେଜିବାରେ ଲାଗିଛି ।
ରାମଗୋପାଳ କହିଛନ୍ତି, ଏ ମନ୍ଦିର ବେକାର ଅଟେ । ମନ୍ଦିର କଣ ଏମିତି ତିଆରି ହୁଏ? ମନ୍ଦିର ଏପରି ନିର୍ମାଣ ହୁଏନି । ପୁରୁଣା ମନ୍ଦିର ଦେଖିନିଅନ୍ତୁ, ଦକ୍ଷିଣରୁ ଆରମ୍ଭ କରି ଉତ୍ତର ପର୍ଯ୍ୟନ୍ତ ଦେଖିନିଅନ୍ତୁ, ଏହାର ନକ୍ସା ଠିକ୍ ସେ ତିଆରି ହେଇନି । ବାସ୍ତୁ ଦୃଷ୍ଟିରୁ ଏହା ଠିକ୍ ଭାବେ ତିଆରି ହେଇନି । ତେବେ ରାମଗୋପାଳଙ୍କ ଏହି ବୟାନ ପରେ ବିଜେପି ତାଙ୍କ ଉପରେ କାଉଣ୍ଟର ଆଟାକ୍ କରିଛି ।