ପୁଅର ନାଁ ରିଭିଲ୍ ସହ ‘ରୁଦ୍ରଲୋକ କପୁର ଆହୁଜା’କୁ କଲେ ସ୍ୱାଗତ ସୋନମ କପୁର
ବଲିଉଡ୍ ଅଭିନେତ୍ରୀ ସୋନମ କପୁର ତାଙ୍କ ଦ୍ୱିତୀୟ ପୁଅର ନାଁ ସୋସିଆଲ ମିଡିଆରେ ରିଭିଲ୍ କରିଛନ୍ତି। ପବିତ୍ର ଏକାଦଶୀ ଅବସରରେ ସେ ଏକ ଭାବପ୍ରବଣ ପୋଷ୍ଟ ସେୟାର କରି ତାଙ୍କ ନବଜାତ ପୁଅଙ୍କ ନାଁ “ରୁଦ୍ରଲୋକ କପୁର ଆହୁଜା” ବୋଲି ଘୋଷଣା କରିଛନ୍ତି।
ସୋନମ ତାଙ୍କ କ୍ୟାପସନରେ ଲେଖିଛନ୍ତି, “ପବିତ୍ର ଏକାଦଶୀ ଦିନ ଭଗବାନ ବିଷ୍ଣୁଙ୍କ କୃପାରୁ ଆମେ ଆମର ଦ୍ୱିତୀୟ ପୁଅକୁ ପାଇଛୁ। ଆମେ ‘ରୁଦ୍ରଲୋକ କପୁର ଆହୁଜା’କୁ ସ୍ୱାଗତ କରୁଛୁ।”
ଅଭିନେତ୍ରୀ ତାଙ୍କ ପୁଅର ନାଁର ଅର୍ଥ ମଧ୍ୟ ବ୍ୟାଖ୍ୟା କରିଛନ୍ତି। ବେଦ ଅନୁସାରେ ‘ରୁଦ୍ର’ ଶବ୍ଦର ଅର୍ଥ ‘ବଜ୍ରପାତ’ ଓ ଶକ୍ତିର ପ୍ରତୀକ ବୋଲି ସେ କହିଛନ୍ତି। ଏହି ନାଁ ଖୁବ୍ ଶକ୍ତିଶାଳୀ ଓ ଆଧ୍ୟାତ୍ମିକ ଅର୍ଥ ବହନ କରୁଥିବା ନେଇ ସୋନମ ଉଲ୍ଲେଖ କରିଛନ୍ତି।
ସୋସିଆଲ ମିଡିଆରେ ସେୟାର ହୋଇଥିବା ଫଟୋରେ ସୋନମ ତାଙ୍କ ନବଜାତ ପୁଅଙ୍କୁ ଛାତିରେ ଜାବୁଡି ଧରିଥିବା ଦେଖିବାକୁ ମିଳିଛି। ଆଉ ଏକ ଫଟୋରେ ତାଙ୍କ ସ୍ୱାମୀ ଆନନ୍ଦ ଆହୁଜା ଶିଶୁଟିଙ୍କୁ କୋଳରେ ଧରିଥିବା ନଜର ଆସିଛନ୍ତି। ଏହି ପରିବାରିକ ଫଟୋରେ ତାଙ୍କ ବଡ଼ ପୁଅ ବାୟୁ ମଧ୍ୟ ନଜର ଆସିଛନ୍ତି।
ସୋନମଙ୍କ ଏହି ପୋଷ୍ଟ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ୍ ହେଉଥିବାବେଳେ, ଫ୍ୟାନ୍ସ ଓ ସେଲିବ୍ରିଟିମାନେ ତାଙ୍କୁ ଅଭିନନ୍ଦନ ଜଣାଉଛନ୍ତି।