ପୁରୀରେ ସାଉଥ ସୁପରଷ୍ଟାର ନାଗା ଚୈତନ୍ୟ : ଅଭିନେତୀ ପତ୍ନୀ ସୋଭିତା ଧୁଲିପାଲାଙ୍କ ସହ କଲେ ଜଗା ଦର୍ଶନ

0

ପୁରୀ (ଆମ ଟିଭି):  ପୁରୀରେ ସାଉଥ ସୁପରଷ୍ଟାର । ଅଭିନେତ୍ରୀ ପତ୍ନୀଙ୍କ ସହ କଲେ ଜଗନ୍ନାଥ ଦର୍ଶନ। ପୁରରେ ପହଞ୍ଚି ମହାପ୍ରଭୁ ଜଗନ୍ନାଥଙ୍କ ଆଶ୍ରୀର୍ବାଦନେଇଛନ୍ତି ସାଉଥ ହାର୍ଟଥ୍ରୋବ ଅକିନେନି ନାଗା ଚୈତନ୍ୟ । ବଲିଉଡ ଅଭିନେତୀ ପତ୍ନୀ ସୋଭିତା ଧୁଲିପାଲାଙ୍କ ସହ ପୁରୀ ଗସ୍ତ କରି ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି ନାଗା । ଦର୍ଶନ ପରେ ଜୟ ଜଗନ୍ନାଥ ନାମ ନେଇଥିଲେ ନାଗା ଚୈତନ୍ୟ । ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରି ସହ ବଲିଉଡରେ ମଧ୍ୟ କାର୍ଯ୍ୟ କରିଛନ୍ତି ନାଗା ଚୈତନ୍ୟ । ତାଙ୍କ ବାପା ନାଗାର୍ଜୁନ ମଧ୍ୟ ସୁପରଷ୍ଟାର ଭାବେ ବେଶ ପରିଚିତ ।

୨୦୨୧ରେ ପ୍ରଥମ ପତ୍ନୀ ସମାନ୍ଥା ରୁଥ ପ୍ରଭୁଙ୍କ ସହ ଚର୍ଚ୍ଚିତ ବିବାହ ବିଚ୍ଛେଦ ପରେ ସୋଭିତାଙ୍କୁ ୨୦୨୪ରେ ଦ୍ବିତୀୟ ବିବାହ କରିଛନ୍ତି ଚୈତନ୍ୟ । ୟେ ମାୟା ଚେସାଭେ , ଓଃ ବେବି, ସବ୍ୟସାଚୀ ଏବଂ ମାଜିଲି ଭଳି ସାଉଥ ଫିଲ୍ମରେ ତାଙ୍କର ଯାଦୁ ଦେଖିବାକୁ ମିଳିଥିଲା । ବଲିଉଡ ଫିଲ୍ମ ଲାଲ ସିଂ ଚଢାରେ ମଧ୍ୟ ନଜର ଆସିଛନ୍ତି ଚେତନ୍ୟ । ସେହିପରି ‘ଦ ନାଇଟ ମ୍ୟାନେଜର’ ଟିଭି ସିରିଜରେ ସୋଭିତାଙ୍କ ଅଭିନୟ ବେଶ ଉଚ୍ଚକୋଟିର ଥିଲା ।

Leave A Reply

Your email address will not be published.