ମାନିଲେନି ବାଚସ୍ପତିଙ୍କ କଥା, ବିଧାନସଭା ଭିତରେ ବଜାଇଲେ ହୁଇସିଲ

0

ଭୁବନେଶ୍ୱର (ଆମ ଟିଭି): ବିଧାନସଭା ଭିତରେ ବାଜିଲା ହୁଇସିଲ୍। ବାଚସ୍ପତିଙ୍କ ବାରଣ ସତ୍ତ୍ୱେ ମାନିଲେନି ବିରୋଧୀ ବିଧାୟକ। ନିରନ୍ତର ନାରାବାଜି ଶାହ ଗୃହ ଭିତରେ ବଜେଇଲେ ହୁଇସିଲ୍। ଏବେ ବିଧାନସଭାରେ ବଜେଟ୍ ଅଧିବେଶନ ଚାଲି ଥିବା ବେଳେ ଆଜି ଗୃହ ଆରମ୍ଭରୁ କିଛି ଏପରି ରୋଚକ ଦୃଶ୍ୟ ଦେଖିବାକୁ ମିଳିଥିବା । କଂଗ୍ରେସ ବିଧାୟକଙ୍କ ହୁଇସିଲ୍ ପ୍ରତିବାଦ ପରେ ୧୨ ଯାଏଁ ଗୃହକୁ ମୁଲତବୀ ରଖିଛନ୍ତି ବାଚସ୍ପତି ।

ତେବେ ଆଜି ବିଧାନ ସଭା ଆରମ୍ଭରେ ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଶୋକ ପ୍ରସ୍ତାବ ଆଗତ କରିବା ପରେ, ଗୃହରେ ଏହାକୁ ସମର୍ଥନ ଜଣାଇଥିଲେ ବିରୋଧୀ । କିନ୍ତୁ ଏହା ପରେ ପରେ କଂଗ୍ରେସ ବିଧାୟକମାନେ ପ୍ରତିବାଦ ଆରମ୍ଭ କରିଦେଇଥିଲେ । ନାରୀ ସୁରକ୍ଷା ଦାବି କରି ବିଧାୟକମାନେ ହଟ୍ଟଗୋଳ କରିବା ସହ ପୋଡିୟମ ତଳେ ନାରାବାଜି କରିଥିଲେ । ବିଧାନସଭା ଭିତରେ ହୁଇସିଲ୍ ବଜେଇ ପ୍ରତିବାଦ କରିଥିଲେ କଂଗ୍ରେସ ବିଧାୟକ । ବାଚସ୍ପତି ବାରମ୍ବାର ହୁଇସିଲ୍ ବଜାଇବା ବନ୍ଦ କରିବାକୁ ଆଦେଶ ଦେଇଥିଲେ , ହେଲେ କିଛି କି ଖାତିର ନକରି ବିଧାୟକମାନେ ହୁଇସିଲ୍ ବଜାଇବା ଜାରି ରଖିଥିଲେ । ଯାହାପରେ ବାଚସ୍ପତି ଗୃହକୁ ମଧ୍ୟାହ୍ନ ୧୨ଟା ଯାଏଁ ମୁଲତବି ଘୋଷଣା କରିଛନ୍ତି।

ତେବେ କହିରଖୁଛୁ, ଗତ ଫେବୃଆରୀ ୧୩ରୁ ଆରମ୍ଭ ହୋଇଛି ଓଡିଶା ବିଧାନସଭାର ବଜେଟ ଅଧିବେଶନ ୨୦୨୫ । ଯାହାକି ଦୁଇଟି ପର୍ଯ୍ୟାୟରେ, ପ୍ରଥମଟି ଫେବୃଆରୀ ୧୩ ରୁ ୨୧ ପର୍ଯ୍ୟନ୍ତ ଚାଲିଥିବା ବେଳେ ଦ୍ୱିତୀୟଟି ମାର୍ଚ୍ଚ ୭ ରୁ ଏପ୍ରିଲ ୫ ପର୍ଯ୍ୟନ୍ତ ଚାଲିବ । ହେଲେ ଆରମ୍ଭରୁ ହିଁ ବିରୋଧୀଙ୍କ କଡା ଆଭିମୁଖ୍ୟ ଦେଖିବାକୁ ମିଳିଛି । ଅଧିବେଶନ ଆରମ୍ଭ ହେବାଠାରୁ ଆଜି ଯାଏଁ, ଦିନଟିଏ ବି ସୁରୁଖୁରୁରେ ଚାଲିପାରିନି ଗୃହ । ବାରମ୍ବାର ବିରୋଧୀଙ୍କ ହଟ୍ଟଗୋଳ ଏବଂ ପ୍ରତିବାଦ ଭିତରେ, ବାଚସ୍ପତି ବାଧ୍ୟ ହୋଇ ବାରମ୍ବାର ଗୃହକୁ ମୁଲତବି ରଖୁଛନ୍ତି ।

Leave A Reply

Your email address will not be published.