୧୨ଜଣ ଭାରତୀୟ ମତ୍ସ୍ୟଜୀବୀଙ୍କୁ ଗିରଫ କଲା ଶ୍ରୀଲଙ୍କା

0

ନୂଆଦିଲ୍ଲୀ: ପୁଣି ଭାରତୀୟ ମତ୍ସଜୀବୀଙ୍କୁ ଗିରଫ କଲା ଶ୍ରୀଲଙ୍କା । ମତ୍ସ୍ୟଜୀବୀଙ୍କ ପ୍ରସଙ୍ଗ ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ସବୁବେଳେ ଉଠୁଥିବା ଏକ ବିବାଦୀୟ ପ୍ରସଙ୍ଗ । ଶ୍ରୀଲଙ୍କା ନୌସେନାର କର୍ମଚାରୀମାନେ ମଧ୍ୟ ପାଲ୍କ ଷ୍ଟ୍ରାଇଟରେ ଭାରତୀୟ ମତ୍ସ୍ୟଜୀବୀଙ୍କ ଉପରକୁ ଗୁଳି ଚଳାଇ ଶ୍ରୀଲଙ୍କାର ଆଞ୍ଚଳିକ ଜଳକୁ ବେଆଇନ ଭାବେ ପ୍ରବେଶ କରିଥିବା ଅଭିଯୋଗରେ ସେମାନଙ୍କ ଡଙ୍ଗା ବୁଡ଼ାଇ ଦେଇଛନ୍ତି ।

ଦେଶର ଉତ୍ତର ଜାଫ୍ନା ଉପଦ୍ୱୀପ ଅଞ୍ଚଳରେ କରାଇନାଗର ଉପକୂଳରେ ଅବୈଧ ଶିକାର କରିବା ଅଭିଯୋଗରେ ଶ୍ରୀଲଙ୍କା ନୌସେନା ୧୨ ଜଣ ଭାରତୀୟ ମତ୍ସ୍ୟଜୀବୀଙ୍କୁ ଗିରଫ କରିଛି । ରବିବାର ଦିନ ଏକ ସରକାରୀ ବିବୃତ୍ତିରେ କୁହାଯାଇଛି ଯେ ଶ୍ରୀଲଙ୍କା ନୌସେନା ୧୨ ଜଣ ଭାରତୀୟ ମତ୍ସ୍ୟଜୀବୀଙ୍କୁ ଗିରଫ କରିଛି ଏବଂ ସେମାନଙ୍କ ଟ୍ରଲରକୁ ଜବତ କରିଛି ।

ଶ୍ରୀଲଙ୍କା ନୌସେନା କହିଛି ଯେ ମତ୍ସ୍ୟଜୀବୀଙ୍କୁ ଶନିବାର ଉତ୍ତର ଜାଫ୍ନା ଉପଦ୍ୱୀପରେ କରାଇନାଗର ଉପକୂଳରୁ ଗିରଫ କରାଯାଇଛି ଏବଂ ସେମାନଙ୍କ ତିନୋଟି ଟ୍ରଲରକୁ ଜବତ କରାଯାଇଛି । ପରବର୍ତ୍ତୀ କାର୍ୟ୍ୟାନୁଷ୍ଠାନ ପାଇଁ ସେମାନଙ୍କୁ କାନକେସନ୍ତୁରାଇ ବନ୍ଦରକୁ ନିଆଯାଇଥିଲା ।

Leave A Reply

Your email address will not be published.