ବିଜେଡି-କଂଗ୍ରେସ ମେଣ୍ଟ ନେଇ କୌଣସି ଆଲୋଚନା ହୋଇନି: ଦେବୀ ମିଶ୍ର

0

ଆଉ କିଛି ଦିନ ପରେ ରାଜ୍ୟରେ ଅନୁଷ୍ଠିତ ହେବ ପଞ୍ଚାୟତ ନିର୍ବାଚନ । ପଞ୍ଚାୟତ ନିର୍ବାଚନକୁ ନେଇ ରାଜ୍ୟରେ ରାଜନୀତି ସମୀକରଣ ଜୋର ଧରିଛି । ଏହାପୂର୍ବରୁ ସବୁ ଦଳଙ୍କ ପକ୍ଷରୁ ଆରମ୍ଭ ହୋଇସାରିଲାଣି ଅଙ୍କକଷା । ବିଜେପିକୁ ମାତ୍ ଦେବାକୁ କଂଗ୍ରେସ ଓ ବିଜେଡ଼ି ମଧ୍ୟରେ ମେଣ୍ଟ ହେବ ବୋଲି ଚର୍ଚ୍ଚା ଜୋର ଧରିଥିବା ବେଳେ ପ୍ରତିକ୍ରିୟା ଦେଇଛନ୍ତି ବିଜେଡି ନେତା ଦେବୀ ମିଶ୍ର । ସେ କହିଛନ୍ତି ବିଜେଡି-କଂଗ୍ରେସ ମେଣ୍ଟ ନେଇ କୌଣସି ଆଲୋଚନା ହୋଇନି, ଏହା କେବଳ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି ।

ସେ କହିଛନ୍ତି ରାଜନୀତିରେ ଏମିତି ଚର୍ଚ୍ଚା ହେବା ସ୍ୱାଭାବିକ । ଏଭଳି ଚର୍ଚ୍ଚା କେବଳ ମିଡିଆରେ ହେଉଛି । ନିର୍ବାଚନକୁ ବହୁତ ସମୟ ଅଛି । ସେ ଜ୍ୟୋତିଷ ନହୁଁନ୍ତି । ତେଣୁ ନଈ ନ ଦେଖି ଲଙ୍ଗଳା ହେବା ଅନୁଚିତ୍‌ ଅଟେ । ମେଣ୍ଟ ସମ୍ପର୍କିତ ଚୂଡ଼ାନ୍ତ ନିଷ୍ପତ୍ତି କେବଳ ଦଳର ସଭାପତି ନବୀନ ପଟ୍ଟନାୟକ ନେବେ ।

ସେପଟେ ଗତକାଲି ବିଜେଡି- କଂଗ୍ରେସ ମେଣ୍ଟ ନେଇ ପିସିସି ସଭାପତି ବଡ ସୂଚନା ଦେଇଥିଲେ । କହିଥିଲେ ହାଇକମାଣ୍ଡ ଚାହିଁଲେ ବିଜେଡି – କଂଗ୍ରେସ ମେଣ୍ଟ ହୋଇପାରେ । ଆସନ୍ତା ପଞ୍ଚାୟତ ଓ ପୌର ନିର୍ବାଚନରେ ହାଇକମାଣ୍ଡ ଚାହିଁଲେ ମେଣ୍ଟ ହୋଇପାରିବ । ଏଆଇସିସି ଯଦି ନିଷ୍ପତ୍ତି ନିଏ, ତାହାଲେ ଉଭୟ ଦଳ ମେଣ୍ଟ କରିପାରୁ ।

Leave A Reply

Your email address will not be published.