ଲୋକଙ୍କ ସହ ପ୍ରତାରଣା କରିଛି ରାଜ୍ୟ ବିଜେପି: ବିଜେଡି

0

ଭୁବନେଶ୍ୱର ( ଆମ ଟିଭି): ପୁଣି ବିଜେପିକୁ ଟାର୍ଗେଟ କଲା ବିଜେଡି । ବିଜେଡିର କହିବା କଥା, ରାଷ୍ଟ୍ରୀୟ ସଭାପତିଙ୍କ ମୁହଁରେ ମିଛ କୁହାଇଲା ରାଜ୍ୟ ବିଜେପି । ୭୫ ଲକ୍ଷ ଘର ମଞ୍ଜୁର ହୋଇଛି ବୋଲି ଦେଲେ ମିଛ ତଥ୍ୟ । କଳାହାଣ୍ଡି ଭବାନୀପାଟଣାରେ ସାଧାରଣ ସଭାରେ ରାଷ୍ଟ୍ରୀୟ ସଭାପତିଙ୍କ ମୁହଁରେ ଆବାସ ସମ୍ପର୍କରେ ବିଜେପି ମିଛ କୁହାଇଥିବା ଅଭିଯୋଗ କରିଛି ବିଜେଡି । ସାମ୍ବାଦିକ ସମ୍ମିଳନୀ କରି ଦଳ ବିଜେପି ଉପରେ ବର୍ଷିଛି । ସଭାରେ ୭୫ ଲକ୍ଷ ଘର ମଞ୍ଜୁର ହୋଇଛି ବୋଲି ବିଜେପି ରାଷ୍ଟ୍ରୀୟ ସଭାପତିଙ୍କୁ ରାଜ୍ୟ ବିଜେପି ସାଂସଦ ଓ ଜଣେ ନିର୍ଦ୍ଦିଷ୍ଟ କେନ୍ଦ୍ରମନ୍ତ୍ରୀ ଭୁଲ ତଥ୍ୟ ଦେଇଥିଲେ । ଏଭଳି କରି ନିଜ ରାଷ୍ଟ୍ରୀୟ ସଭାପତିଙ୍କୁ ଲଜ୍ଜାଜନକ ସ୍ଥିତିକୁ ଠେଲି ଦେଇଛି ବିଜେପି ।

ଲକ୍ଷଲକ୍ଷ ଗରିବଙ୍କୁ ପ୍ରଧାନମନ୍ତ୍ରୀ ଆବାସରୁ ବଞ୍ଚିତ କରିବାକୁ ବିଜେପି ଷଡ଼ଯନ୍ତ୍ର କରିଛି । ୨୦୧୯ ମସିହାରେ ବିଜେପି ଓଡ଼ିଶାରେ ହାରିବା ପରେ ବିଜେପି ନେତା, ସାଂସଦ ଓ ନିର୍ଦ୍ଦିଷ୍ଟ କେନ୍ଦ୍ରମନ୍ତ୍ରୀ । କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରୀଙ୍କୁ ଭେଟି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଓଡ଼ିଶାକୁ ଘର ନଦେବାକୁ ଚାପ ପକାଇଲେ । ଘର ନେଦବାକୁ କେନ୍ଦ୍ର ମନ୍ତ୍ରୀଙ୍କ ପାଖରେ ଚାପ ପକାଇ ୩ବର୍ଷ କାଳ ଓଡ଼ିଶା ପାଇଁ ଆବାସ ପୋର୍ଟାଲ ବନ୍ଦ କରିଦେଲେ । ବିଜେଡିର କ୍ରମାଗତ ଚାପ ଯୋଗୁ ୧୫ ଲକ୍ଷ ବଦଳରେ ୮ ଲକ୍ଷ ଘର ମଞ୍ଜୁର ହୋଇଛି । ତେବେ ଅନ୍ୟ ୭ ଲକ୍ଷ ଲୋକ ଯିବେ କୁଆଡ଼େ ବୋଲି ବିଜେଡି ପ୍ରଶ୍ନ କରିଛି ।

Leave A Reply

Your email address will not be published.