ସୁଭଦ୍ରାକୁ ନେଇ ଆସିଲା ବଡ଼ ଅପ୍‌ଡେଟ୍‌: ଜାନୁଆରୀ ଶେଷ ସୁଦ୍ଧା…

0

ଭୁବନେଶ୍ୱର(ଆମ ଟିଭି): ଏ ମାସର ଶେଷ ସପ୍ତାହରେ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ୪ର୍ଥ ପର୍ଯ୍ୟାୟ ଟଙ୍କା ହିତାଧିକାରୀଙ୍କୁ ମିଳିଯିବ। ହେଲେ ବଡ଼ମ୍ବନା ଏବେ ମଧ୍ୟ ୨ ଲକ୍ଷରୁ ଅଧିକ ମହିଳା ନିଜର କଓ୍ବୋଇସି ଅପ୍‌ଡେଟ୍‌ କରିନାହାନ୍ତି। ଅଜାଣତରେ ଅପ୍ଟ ଆଉଟ ହୋଇଥିବା ୩୧ ହଜାର ମହିଳାଙ୍କ ମଧ୍ୟରୁ ୧୭ ହଜାର ଅପ୍ଟ ଇନ୍‌ କରିଛନ୍ତି। ତେଣୁ ସରକାର ମାସ ଶେଷ ଆଡ଼କୁ ୪ର୍ଥ ପର୍ଯ୍ୟାୟ ଟଙ୍କା ଦେବାକୁ ପ୍ରସ୍ତୁତ ହେଉଥିବାରୁ ଯଥାଶୀଘ୍ର କଓ୍ବୋଇସି ଅପ୍‌ଡେଟ୍‌ କରିବାକୁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ହିତାଧିକାରୀଙ୍କୁ ଅପିଲ କରିଛନ୍ତି। ପରିଡ଼ା କହିଛନ୍ତି, ଯେଉଁ ୫ ଲକ୍ଷ ମହିଳାଙ୍କ କଓ୍ବୋଇସି ଅପ୍‌ଡେଟ୍‌ ନ ଥିଲା ସେଥିରୁ ୩ ଲକ୍ଷ ମହିଳା କଓ୍ବୋଇସି ଅପ୍‌ଡେଟ୍‌ କରିଛନ୍ତି।

ସେମାନଙ୍କୁ ୩ୟ ପର୍ଯ୍ୟାୟରେ ସାମିଲ କରାଯିବ। ଅନ୍ୟପଟେ ଅପଟ୍‌ ଆଉଟ୍‌ ହୋଇଯାଇଥିବା ୧୪ ହଜାର ମହିଳା ଆୟକର ବର୍ଗର ହୋଇଥିବାରୁ ଅପଟ୍‌ ଇନ୍‌ କରୁନାହାନ୍ତି। ୪ ପର୍ଯ୍ୟାୟ କିସ୍ତି ପରେ ଯେଉଁମାନେ କଓ୍ବୋଇସି ଅପ୍‌ଡେଟ୍‌ କିମ୍ବା ଅପଟ୍‌ ଇନ୍‌ କରୁଛନ୍ତି ସେମାନଙ୍କୁ ମଧ୍ୟ ସରକାର ସୁଯୋଗ ଦେବେ ବୋଲି ପରିଡ଼ା କହିଛନ୍ତି।

Leave A Reply

Your email address will not be published.