ବଲିଉଡ ଛାଡିବେ ସନ୍ନି ଦେଓଲ!
ମୁମ୍ବାଇ (ଆମ ଟିଭି): ବଲିଉଡ ଅଭିନେତା ସନ୍ନି ଦେଓଲ ପୁଣି ଆକ୍ସନ ଅବତାରରେ ପରଦାକୁ ଫେରିଛନ୍ତି। ଗଦର ୨ ଫିଲ୍ମରେ ଚମତ୍କାର ଅଭିନୟ କରିଥିବା ସନ୍ନି ଏବେ ଜାଟ ନାମକ ଏକ ଫିଲ୍ମରେ ନଜର ଆସିବେ। ଏହି ଫିଲ୍ମରେ ରଣଦୀପ ହୁଡା ଖଳନାୟକ ରଣତୁଙ୍ଗା ଭୂମିକାରେ ଅଭିନୟ କରୁଛନ୍ତି। ନିକଟରେ ତାଙ୍କୁ ଫିଲ୍ମର ଟ୍ରେଲର ଲଞ୍ଚରେ ଦେଖିବାକୁ ମିଳିଥିଲା। ଏହି ସମୟରେ ସନ୍ନି ଦେଓଲ ଦକ୍ଷିଣ ଫିଲ୍ମ ଶିଳ୍ପର ବହୁତ ପ୍ରଶଂସା ମଧ୍ଯ କରିଥିଲେ। ଏପରିକି ସେ କହିଥିଲେ ଯେ ବମ୍ବେର ପ୍ରଯୋଜକମାନେ ସାଉଥ ଫିଲ୍ମର ପ୍ରଯୋଜକଙ୍କଠାରୁ ଶିଖିବା ଉଚିତ।
ଫିଲ୍ମ ‘ଜାଟ’ର ଟ୍ରେଲର ଲଞ୍ଚ ସମୟରେ ସନ୍ନି ଦେଓଲ କହିଥିଲେ, “ମୁଁ ଚାହେଁ ଯେ ଆମର ବମ୍ବେ ପ୍ରଯୋଜକମାନେ ତାଙ୍କଠାରୁ ଶିଖନ୍ତୁ।ତାହେଲେ ଯାଇ ଏହା ବଲିଉଡ ନୁହେଁ ବରଂ ହିନ୍ଦୀ ସିନେମା ହେବ। ବଲିଉଡ ପ୍ରଯୋଜକମାନେ ସିନେମା ତିଆରି କରିବା ଶିଖିବା ଉଚିତ। କାରଣ ଫିଲ୍ମଗୁଡ଼ିକ କେବଳ ଏକ ପ୍ରୋଜେକ୍ଟ ଭାବରେ ନୁହେଁ ବରଂ ପ୍ରେମ ଏବଂ ଆବେଗ ସହିତ ନିର୍ମିତ ହୋଇଥାଏ।”
ଅଭିନେତା ଜଣକ ଏକ ଡାଇଲଗରେ କହିଛନ୍ତି ଯେ, ସମ୍ପୂର୍ଣ୍ଣ ଉତ୍ତର ଏହି ଅଢେଇ କିଲୋ ହାତର ଶକ୍ତି ଦେଖିଛି। ଏବେ ଦକ୍ଷିଣ ଏହାକୁ ଦେଖିବ। ଯାହା ପରେ ସେ ବଲିଉଡ ଛାଡି ସାଉଥ ସିନେମାକୁ ଯିବାକୁ ସଜବାଜ ହେଉଥିବା ନେଇ ଦର୍ଶକଙ୍କ ଗହଣରେ ଚର୍ଚ୍ଚା ଚାଲିଛି।