ନଭେମ୍ୱର ୧୫ ତରିଖରୁ ଆଓ ନେକ୍ସଟ୍ ରେ ସୁପରହିଟ୍ ଚଳଚ୍ଚିତ୍ର ‘ମାଲ୍ୟଗିରି’
ଭୁବନେଶ୍ୱର(ଆମ ଟିଭି): ସିନେମା ଦେଖିବାର ମାଧ୍ୟମ ଓ ସ୍ତର ବିଗତ ଦିନରେ ଖୁବ୍ ବଦଳିଯାଇଛି। ପ୍ରଥମେ ସିନେ ପ୍ରେମୀ ପ୍ରେକ୍ଷ୍ୟାଳୟ ଉପରେ ନିର୍ଭର କରୁଥିବା ବେଳେ ଏବେ ବଦଳୁଥିବା ସମୟ ସହିତ ଲୋକେ ଓଟିଟି ମିଡିଆ ଉପରେ ଗୁରୁତ୍ବ ଦେବା ଆରମ୍ଭ କରିସାରିଛନ୍ତି। କହିହେବ ଯେ ଏବେ ମନୋରଞ୍ଜନ କେବଳ ପ୍ରେକ୍ଷ୍ୟାଳୟ ବା ସିନେମା ହଲରେ ନୁହଁ ମୋବାଇଲ ଜରିଆରେ ଲୋକେ ସୁନ୍ଦର କାହାଣୀ ଉପଭୋଗ କରିପାରୁଛନ୍ତି। ଠିକ୍ ସେମିତି ଓଡ଼ିଶାର ଲିଡିଙ୍ଗ ଓଟିଟି ମିଡିଆ ଆଓ ନେକ୍ସଟ୍ ସାଜିଛି ଏବେ ପ୍ରଥମ ପସନ୍ଦ। ଏହି ପ୍ଲାଟଫର୍ମରେ ଅନେକ ପ୍ରକାରର କାହାଣୀ ଉପଭୋଗ କରିପାରୁଛନ୍ତି ଦର୍ଶକ।

ଏହି ପ୍ଲାଟଫର୍ମରେ ଏବେ ଯୋଡି ହେବାକୁ ଯାଉଛି ସୁପରଷ୍ଟାର ବାବୁଶାନ୍ ମହାନ୍ତିଙ୍କ ଚଳଚ୍ଚିତ୍ର ମାଲ୍ୟଗିରି ଯାହା ବିଗତ ଦିନରେ ଖୁବ ଚର୍ଚ୍ଚା ସାଉଁଟିଥିଲା । ଫିଲ୍ମର କାହାଣୀ, ସଂଗୀତ ଓ କଳାକାରଙ୍କ ଅଭିନୟ ବଡ଼ ପରଦାରେ ସମସ୍ତଙ୍କ ମନ ଜିଣିଥିଲା। ତେବେ ଦୀର୍ଘ ଦିନରୁ ଅପେକ୍ଷାରେ ଥିବା ଏହି ବ୍ଲକବଷ୍ଟର ଚଳଚ୍ଚିତ୍ରଟି ଆଓ ନେକ୍ସଟ୍ ରେ ନଭେମ୍ବର ୧୫ ତାରିଖରୁ ପ୍ରସାରଣ ହେବାକୁ ଯାଉଛି l

ତେବେ ମାଲ୍ୟଗିରିର ଏହି ଯାତ୍ରାରେ ନିଜକୁ ସାମିଲ କରି ଫିଲ୍ମକୁ ଭଲ ପାଇବା ଦେବାକୁ ଅନୁରୋଧ କରିଛନ୍ତି ଆଓ ନେକ୍ସଟ୍ ର ଫାଉଣ୍ଡର ଓ ସି.ଇ.ଓ କୌଶିକ ଦାସ।
