ନୂଆଦିଲ୍ଲୀ (ଆମ ଟିଭି): ପୁଣି ଚର୍ଚ୍ଚାରେ ସୁପ୍ରିମକୋର୍ଟଙ୍କ ରାୟ । ମାଡ୍ରାସ ହାଇକୋର୍ଟଙ୍କ ନିଷ୍ପତ୍ତି ସମ୍ପର୍କରେ ସୁପ୍ରିମକୋର୍ଟ ଏକ ନୂତନ ନିର୍ଦ୍ଦେଶ ଜାରି କରିଛନ୍ତି। ଯେଉଁଥିରେ କୁହାଯାଇଛି, ଅପରିଚିତ ବ୍ୟକ୍ତିଙ୍କ ସାମ୍ନାରେ ଗୁପ୍ତ ଭାବରେ କରାଯାଇଥିବା ବିବାହ ହିନ୍ଦୁ ବିବାହ ଆଇନ ଅନୁଯାୟୀ ବୈଧ ନୁହେଁ। ଏହି ନିଷ୍ପତ୍ତି ଉପରେ ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି ଯେ, ବିବାହ ଏକ ସରଳ ବିବାହ ସମାରୋହ ମାଧ୍ୟମରେ ହୋଇପାରିବ। ଯେଉଁଠାରେ ବର-କନ୍ୟା ଓକିଲଙ୍କ ଚାମ୍ବରରେ ପରସ୍ପର ସହିତ ମୁଦି ବିନିମୟ କରିପାରିବେ।
ଜଷ୍ଟିସ ଏସ୍ ରବୀନ୍ଦ୍ର ଭଟ୍ଟ ଏବଂ ଅରବିନ୍ଦ କୁମାରଙ୍କ ବେଞ୍ଚ କହିଛନ୍ତି, ବିବାହ ଆଇନର ଧାରା ୭ (ଏ) ଅନୁଯାୟୀ ଆଇନଜୀବୀ, ବନ୍ଧୁ,ସମ୍ପର୍କୀୟ,ସାମାଜିକ କର୍ମୀ ଇତ୍ୟାଦି ବିବାହ କରିପାରିବେ। ସୁପ୍ରିମକୋର୍ଟରେ ଜଷ୍ଟିସ୍ ଏସ୍ ରବୀନ୍ଦ୍ର ଏବଂ ଜଷ୍ଟିସ ଅରବିନ୍ଦ କୁମାରଙ୍କ ବେଞ୍ଚ ମଧ୍ୟ ୧୯୬୭ରୁ ତାମିଲନାଡୁରେ ପ୍ରଚଳିତ ସ୍ବାଭିମାନ ବିବାହ ଆଇନକୁ ଅନୁମୋଦନ ଦେଇଛି।