ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମ୍ କେ ଷ୍ଟାଲିନଙ୍କୁ ପ୍ରଧାନମନ୍ତ୍ରୀଙ୍କ ଟାର୍ଗେଟ
ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମ୍ କେ ଷ୍ଟାଲିନ ରାଜ୍ୟକୁ ପର୍ଯ୍ୟାପ୍ତ ପରିମାଣର ପାଣ୍ଠି ଆବଣ୍ଟନ ହେଉନଥିବା ନେଇ କରିଥିବା ଅଭିଯୋଗକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଖଣ୍ଡନ କରିଛନ୍ତି । ରାମେଶ୍ୱରମରେ ଏକ ସଭାରେ ପ୍ରଧାନମନ୍ତ୍ରୀ ମୋଦୀ ଷ୍ଟାଲିନଙ୍କ ନାଁ ନନେଇ ପରୋକ୍ଷରେ କହିଛନ୍ତି ଯେ ଗତ ଦଶନ୍ଧି ମଧ୍ୟରେ କେନ୍ଦ୍ର ସରକାର ପୂର୍ବ ସରକାର ତୁଳନାରେ ରାଜ୍ୟର ବିକାଶ ପାଇଁ ତିନି ଗୁଣ ଅଧିକ ଅର୍ଥ ଆବଣ୍ଟନ କରିଛନ୍ତି ଯାହା ରାଜ୍ୟର ବିକାଶ ମଧ୍ୟ କରିଛି । ବିକଶିତ ଭାରତର ଯାତ୍ରାରେ ତାମିଲନାଡୁର ବହୁତ ବଡ଼ ଭୂମିକା ରହିଛି ।