ଟେନସନ୍ ବଢାଉଛି ନମ୍ବର ପ୍ଲେଟ୍: ଆଜି ସରୁଛି ସମୟସୀମା

0

ଭୁବନେଶ୍ୱର (ଆମ ଟିଭି): ଗାଡ଼ି ଚାଳକଙ୍କ ଛାତି ଧଡ଼ଧଡ଼ । ଟେନସନ ବଢାଉଛି ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍ । ନୂଆ ନମ୍ବରପ୍ଲେଟ୍ ଲଗାଇବାର ସମୟ ସୀମା ଆଜି ସରୁଛି। ତେଣୁ ଯେଉଁମାନଙ୍କ ଗାଡ଼ିର ଶେଷ ଅଙ୍କ ୧, ୨, ୩, ୪ ରହିଛି ସେମାନଙ୍କ ଛାତିରେ ପଶିଲାଣି ଛନକା। କାରଣ ନୂଆ ନମ୍ବରପ୍ଲେଟ୍ ନ ଲଗାଇଥିଲେ କିମ୍ବା ସ୍ଲଟ୍ ବୁକିଂ କରି ନ ଥିଲେ ଆସନ୍ତାକାଲିଠୁ ଗଣିବେ ମୋଟା ଅଙ୍କର ତଣ୍ଡ । ୫ରୁ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ତଣ୍ଡ ଗଣିବେ ଗାଡି ମାଲିକ ଓ ଗାଡ଼ି ଚାଳକ ।

ଅପରପକ୍ଷେ, ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍ ଲଗାଇବା ନିମନ୍ତେ ନିର୍ଦ୍ଧାରିତ ହୋଇଥିବା ସମୟସୀମାକୁ ନେଇ ହାଇକୋର୍ଟ ରାଜ୍ୟ ସରକାରଙ୍କ ଉପରେ ଅସନ୍ତୋଷ ଝାଡ଼ିଥିବା ବେଳେ ଆଜି ଏହି ମାମଲାର ଶୁଣାଣି ଅଛି। ତେଣୁ କୋର୍ଟଙ୍କ ରାୟ କାହା ସପକ୍ଷରେ ଯାଉଛି ତାହା ଉପରେ ସମସ୍ତଙ୍କ ନଜର।

ଆବଶ୍ୟକୀୟ ଭିତ୍ତଭୂମି ବିନା ଏପରି ନିୟମକୁ କଡ଼ାକଡ଼ି ଲାଗୁ କରାଯିବାକୁ ସାଧାରଣ ଲୋକେ ନାପସନ୍ଦ କରୁଛନ୍ତି। କିଏ ଟେକ୍ନିକାଲ ସମସ୍ୟା ଯୋଗଁ ଅନଲାଇନ୍ରେ ଆବେଦନ କରିପାରୁନାହାନ୍ତି ତ ଆଉ କାହାକୁ ଡେଡଲାଇନ୍ର ବହୁ ପରେ ମିଳୁଛି ତାରିଖ । ଏଭଳି ସ୍ଥିତିରେ କଣ କରିବେ, ଅଡୁଆରେ ପଡିଛନ୍ତି ଗାଡ଼ି ମାଲିକ । ଏହାକୁ ନେଇ ଏବେ ବିଭିନ୍ନ ଗାଡ଼ି ମାଲିକ ଓ ଗାଡି ଚାଳକ ଟେନସନରେ ପଡ଼ିଛନ୍ତି ।

 

 

Leave A Reply

Your email address will not be published.