ରାହୁଲ ଗାନ୍ଧୀଙ୍କ ନାଁରେ ରୁଜୁ ହେଲା ମାମଲା

0

ନୂଆଦିଲ୍ଲୀ(ଆମ ଟିଭି): ରାହୁଲ ଗାନ୍ଧୀଙ୍କ ନାଁରେ ରୁଜୁ ହେଲା ମାମଲା । କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ରାହୁଲଙ୍କ ସମେତ କେସି ବେଣୁଗୋପାଳ, କହ୍ନେୟା କୁମାର ଏବଂ ଅନ୍ୟ ଦଳୀୟ କାର୍ୟ୍ୟକର୍ତ୍ତାଙ୍କ ନାଁରେ ମଧ୍ୟ ମାମଲା ରୁଜୁ ହୋଇଛି। ରାହୁଲ ଗାନ୍ଧୀଙ୍କ ବିରୋଧରେ ଆସାମରେ ‘ଭାରତ ଯୋଡୋ ନ୍ୟାୟ ଯାତ୍ରା’ ସମୟରେ ହିଂସା ସୃଷ୍ଟି କରିବା ଅଭିଯୋଗ ଆଧାରରେ ଏହି ମାମଲା ରୁଜୁ ହୋଇଛି।

ଏନେଇ ରାଜ୍ୟ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ମଙ୍ଗଳବାର ରାତିରେ ସୂଚନା ଦେଇଛନ୍ତି।ସାମାଜିକ ଗଣମାଧ୍ୟମ ଏକ୍ସ ଜରିଆରେ ସେ କହିଛନ୍ତି, କଂଗ୍ରେସ ସଦସ୍ୟଙ୍କ ଦ୍ବାରା ଆଜି ହିଂସା, ଉତ୍ତେଜନା, ସାର୍ବଜନୀନ ସମ୍ପତ୍ତି ନଷ୍ଟ କରିବା ଏବଂ ପୁଲିସ ଉପରେ ଆକ୍ରମଣ ପାଇଁ ରାହୁଲ ଗାନ୍ଧୀ, କେସି ବେଣୁଗୋପାଳ, କହ୍ନେୟା କୁମାର ଏବଂ ଅନ୍ୟ ବ୍ୟକ୍ତିମାନଙ୍କ ବିରୋଧରେ ମାମଲା ରୁଜୁ ହୋଇଛି।

Leave A Reply

Your email address will not be published.