ଅମିତ ଶାହାଙ୍କ ହାତରେ ସିଏମ ହିମନ୍ତ ଏକ ହାତରେ କାଠକଣ୍ଢେଇ ପାଲଟିଛନ୍ତି: ରାହୁଲ ଗାନ୍ଧୀ

0

ନୂଆଦିଲ୍ଲୀ(ଆମ ଟିଭି): ଜାରି ରହିଛି କଂଗ୍ରେସର ଭାରତ ଯୋଡ ନ୍ୟାୟ ଯାତ୍ରା । ଭାରତ ଯୋଡୋ ନ୍ୟାୟ ଯାତ୍ରାର ଏକାଦଶ ଦିନରେ ରାହୁଲ ଗାନ୍ଧୀ ଆସାମର ବାରପେଟାରେ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କୁ କଡା ସମାଲୋଚନା କରିଛନ୍ତି। ବୁଧବାର ଦିନ ଯାତ୍ରା ଆରମ୍ଭରେ ରାହୁଲ କହିଛନ୍ତି ଆସାମ ସିଏମ ହିମନ୍ତ ବିଶ୍ୱ ଶର୍ମା ଦେଇଥିବା ନିର୍ଦ୍ଦେଶ ଅନୁଯାୟୀ ଗଣମାଧ୍ୟମ ଖବର ଦେଖାଉଛି। ସେ କହିଛନ୍ତି କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ହାତରେ ସିଏମ ହିମନ୍ତ ଏକ ହାତରେ କାଠକଣ୍ଢେଇ ପାଲଟିଛନ୍ତି ଆସାମର ମୁଖ୍ୟମନ୍ତ୍ରୀ ଦେଶର ସର୍ବାଧିକ ଦୁର୍ନୀତିଗ୍ରସ୍ତ ମୁଖ୍ୟମନ୍ତ୍ରୀ ବୋଲି ସେ କହିଛନ୍ତି।

ରାହୁଲ କହିଛନ୍ତି, ଗଣମାଧ୍ୟମ ଆପଣଙ୍କୁ ଯାହା କହୁଛି, ତାହା ହିଁ ଆସାମର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ନିର୍ଦ୍ଦେଶ ଦିଆଯାଇଛି। ଆସାମର ମୁଖ୍ୟମନ୍ତ୍ରୀଙ୍କ ରିମୋଟ ଅମିତ ଶାହାଙ୍କ ହାତରେ। ଯଦି ସିଏମ ହିମନ୍ତ ଶାହାଙ୍କ ବିରୋଧରେ କିଛି କହିବାକୁ ସାହସ କରନ୍ତି, ତେବେ ତାଙ୍କ ଭାଜପାରୁ ବାହାରିବା ରାସ୍ତା ଦେଖାଇ ଦିଆଯିବ।

Leave A Reply

Your email address will not be published.