ବଡ଼ଦାଣ୍ଡରେ ଘିରିଘିରି ହୋଇ ଗଡ଼ୁଛି ରଥ, ମାଉସୀ ମା ଘର ଅଭିମୁଖେ ଯାଉଛନ୍ତି ତିନି ଠାକୁର
ପୁରୀ(ଆମ ଟିଭି): ବଡ଼ଦାଣ୍ଡରେ ଘିରିଘିରି ହୋଇ ଗଡ଼ୁଛି ରଥ । ମାଉସୀ ମା ଘର ଅଭିମୁଖେ ଯାଉଛନ୍ତି ତିନି ଠାକୁର। ପ୍ରଥମେ ଗଡ଼ିଲା ବଡ଼ ଭାଇ ବଳଭଦ୍ରଙ୍କ ତାଳଧ୍ଵଜ ରଥ। ତାଳଧ୍ଵଜ ପଛେ ପଛେ ଆସୁଛି ଦେବୀ ସୁଭଦ୍ରାଙ୍କ ଦେବଦଳନ ରଥ ଏବଂ ଏହା ପଛେପଛେ ଘଣ୍ଟ, ହରିବୋଲ ଓ ହୁୁଳହୁଳିର ମହାପଟୁଆରରେ ଯାଉଛନ୍ତି ଜଗତର ନାଥ ଜଗନ୍ନାଥ । ନବଦିନାତ୍ମକ ଯାତ୍ରାରେ ଭାଇ ଭଉଣୀଙ୍କୁ ସାଙ୍ଗରେ ଧରି ରତ୍ନବେଦୀରୁ ଜନ୍ମବେଦୀକୁ ଯାଉଛନ୍ତି କାଳିଆ ଠାକୁର।
ବଡ଼ଦାଣ୍ଡରେ ସୃଷ୍ଟି ହୋଇଛି ଭକ୍ତିମୟ ପରିବେଶ। ଦୀର୍ଘ ଦୁଇ ବର୍ଷ ପରେ ହୋଇଛି ଭକ୍ତ ଓ ଭଗବାନଙ୍କ ମିଳନ। ଘଣ୍ଟ, ଘଣ୍ଟା, ଶଙ୍ଖ, ମୃଦଙ୍ଗ ତାଳରେ ପ୍ରକମ୍ପିତ ହେଉଛି ଗଗନପବନ।