ସମଗ୍ର ଦେଶ ନିକଟରେ କ୍ଷମାପ୍ରାର୍ଥନା କରିବା ଉଚିତ ନୂପୁର ଶର୍ମା: ସୁପ୍ରିମ୍ କୋର୍ଟ

0

ନୂଆଦିଲ୍ଲୀ(ଆମ ଟିଭି): ପୈଗମ୍ବର ମହମ୍ମଦଙ୍କ ଉପରେ ବିବାଦୀୟ ଟିପ୍ପଣୀ ଦେବା ଘଟଣାରେ ନୂପୁର ଶର୍ମାଙ୍କୁ ସୁପ୍ରିମକୋର୍ଟଙ୍କ କଡା ଭର୍ତ୍ସନା। ବିବାଦୀୟ ମନ୍ତବ୍ୟ ଦେଇ ଉପସାଗରୀୟ ଦେଶରେ ଭୀଷଣ ରାଗ ଓ ସ୍ବଦେଶରେ ତୀବ୍ର ପ୍ରତିବାଦ ସୃଷ୍ଟି କରାଇଥିବା ନିଲମ୍ବିତା ବିଜେପି ନେତ୍ରୀ ସମଗ୍ର ଦେଶ ନିକଟରେ କ୍ଷମାପ୍ରାର୍ଥନା କରିବା ଉଚିତ ଏବଂ ଦେଶରେ ଯାହା ହେଉଛି ସେଥିପାଇଁ ଏକା ସେ ହିଁ ଦାୟୀ ବୋଲି ଆଜି ସୁପ୍ରିମ୍ କୋର୍ଟ କହିଛନ୍ତି।

ସୁପ୍ରିମକୋର୍ଟ କହିଛନ୍ତି, ନୂପୁର ଶର୍ମାଙ୍କ ବୟାନ ସାରା ଦେଶରେ ଲୋକଙ୍କ ଭାବନାକୁ ଆଘାତ ଦେଇଥିଲା। ଆଜି ଯାହା କିଛି ବି ଦେଶରେ ହେଉଛି ସେଥିପାଇଁ ସେ ଦାୟୀ। କୋର୍ଟ କହିଛନ୍ତି, ପୋଲିସ ଯାହା କିଛି କରିଛି, ତା ଉପରେ ଆମ ମୁହଁ ଖୋଲନ୍ତୁ ନାହିଁ। ତାଙ୍କୁ ଏବେ ମାଜିଷ୍ଟ୍ରେଟଙ୍କ ନିକଟରେ ହଜାର ହେବା ଦରକାର। ଏହି ଟିପ୍ପଣୀ ତାଙ୍କର ଅହଂକାରୀ ଭାବକୁ ଦର୍ଶାଉଛି। ଯିଦ ସେ କୌଣସି ଦଳର ମୁଖପାତ୍ର ତେବେ ତାଙ୍କୁ ସବୁକିଛି କହିବାର ଅଧିକାର ରହିଛି ତାହା ଭୁଲ। ନୂପୁର ଶର୍ମା ଯାହାଙ୍କ ବିରୋଧରେ ଅଭିଯୋଗ କଲେ ତାଙ୍କୁ ଗିରଫ କରିଦିଆଗଲା, କିନ୍ତୁ ନୂପୁର ଶର୍ମାଙ୍କ ବିରୋଧରେ କୌଣସି ପଦକ୍ଷେପ ନିଆଗଲାନି।ନୂପୁରଙ୍କ ଧମକ ଦିଆଯାଉଛି ବୋଲି ତାଙ୍କ ଓକିଲ କହିବାରୁ ବିଚାରପତି ସୂର‌୍ୟ୍ୟକାନ୍ତ କହିଲେ, ତାଙ୍କୁ ଧମକ ଦିଆଯାଉଛି ନା ସେ ନିରାପତ୍ତା ନିମନ୍ତେ ବିପଦ ପାଲଟି ଯାଇଛନ୍ତି? ସାରା ଦେଶରେ ସେ କିଭଳି ଭାବାବେଗ ସୃଷ୍ଟି ନ କରିଛନ୍ତି! ଦେଶରେ ଯାହା ଘଟୁଛି ସେଥିପାଇଁ ଏକମାତ୍ର ଏ ମହିଳା ହିଁ ଦାୟୀ। ତାଙ୍କ ମନ୍ତବ୍ୟ ତାଙ୍କ ଜିଦ୍ଖୋର ଏବଂ ଅହଂକାରୀ ଚରିତ୍ରକୁ ପ୍ରତିପାଦନ କରୁଛି ବୋଲି ଅଦାଲତ କହିଛନ୍ତି। ଗୋଟାଏ ଦଳର ମୁଖପାତ୍ର ହେଲେ କ’ଣ ହେଲା। କ୍ଷମତାର ସମର୍ଥନ ଥିବାରୁ ସେ ଦେଶର ଆଇନକୁ ଅସମ୍ମାନ କରି ଯେକୌଣସି ମନ୍ତବ୍ୟ ଦେଇପାରିବେ ବୋଲି ନୂପୁର ବିଚାର କରୁଥିବା କଥା ବିଚାରପତି ସୂର‌୍ୟ୍ୟକାନ୍ତ କହିଛନ୍ତି।

Leave A Reply

Your email address will not be published.