ଚାଷୀଙ୍କ ପାଇଁ ବଡ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

0

ରାଜ୍ୟରେ ବର୍ଷା ଓ କୁଆପଥର ମାଡ ଯୋଗୁ ଚାଷୀଙ୍କୁ ସେମାନଙ୍କ ଫସଲର କ୍ଷତିପୂରଣ ଦେବା ପାଇଁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏକ ସର୍ଭେ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ରବିବାର ପ୍ରକାଶିତ ଏକ ସରକାରୀ ବିବୃତ୍ତି ଅନୁଯାୟୀ, ମୁଖ୍ୟମନ୍ତ୍ରୀ ଯୋଗୀ ସମସ୍ତ ଜିଲା ମାଜିଷ୍ଟ୍ରେଟ, ଡେପୁଟି ଜିଲା ମାଜିଷ୍ଟ୍ରେଟ (ଏସଡିଏମ) ଏବଂ ତହସିଲଦାରଙ୍କୁ ତୁରନ୍ତ ଘଟଣାସ୍ଥଳରେ ସର୍ଭେ କରିବା ସହ ସମ୍ପୃକ୍ତ ବିଭାଗକୁ ସମ୍ପୂର୍ଣ୍ଣ ସୂଚନା ପ୍ରଦାନ କରିବାକୁ କହିଛନ୍ତି। ଯାହା ଦ୍ୱାରା କ୍ଷତିପୂରଣ ପ୍ରଦାନ କରାଯାଇପାରିବ।ଏଥିସହ ୨୪ ଘଣ୍ଟା ମଧ୍ୟରେ ଚାଷୀଙ୍କ ଖାତାକୁ ସହାୟତା ରାଶି ପଠାଯାଇପାରିବ । କ୍ଷତିପୂରଣ ଦେବାରେ ଅବହେଳା ନ କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ।

ସେ କହିଛନ୍ତି, ଯଦି କୌଣସି ଅଧିକାରୀଙ୍କ ଅବହେଳା ସାମ୍ନାକୁ ଆସେ ତେବେ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ବିବୃତ୍ତିରେ କୁହାଯାଇଛି ଯେ ମାର୍ଚ୍ଚ ୨ ପର୍ଯ୍ୟନ୍ତ ୫୦ଟି ଜିଲାର ସାତ ହଜାରରୁ ଅଧିକ ଚାଷୀ କ୍ଷତିଗ୍ରସ୍ତ ଫସଲ ପାଇଁ କ୍ଷତିପୂରଣ ପାଇଁ ଆବେଦନ କରିଛନ୍ତି। ସୂଚନାନୁସାରେ, ସର୍ଭେ ଶେଷ ହେବା ପରେ ଫସଲ ନଷ୍ଟ ପାଇଁ ବୀମା କମ୍ପାନୀ ତଥା ରାଜସ୍ବ ବିଭାଗ ପକ୍ଷରୁ କ୍ଷତିପୂରଣ ପ୍ରଦାନ କରାଯିବ।

Leave A Reply

Your email address will not be published.