ଆଜି ଘୋଷଣା ହେବ ଲୋକସଭା ନିର୍ବାଚନ ପାଇଁ ତାରିଖ !

0

ନିର୍ବାଚନ ଆୟୋଗର ଦୁଇଜଣ ନୂତନ ନିର୍ବାଚନ କମିଶନରଙ୍କ ନାମ ଚୂଡାନ୍ତ ହୋଇଛି। ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗୁରୁବାର (୧୪ ମାର୍ଚ୍ଚ)ରେ ଅନୁଷ୍ଠିତ ଚୟନ କମିଟି ବୈଠକରେ କେରଳର ଜ୍ଞାନେଶ କୁମାର ଏବଂ ପଞ୍ଜାବର ବଲବିନ୍ଦର ସନ୍ଧୁଙ୍କ ନାମ ଚୂଡାନ୍ତ ହୋଇଛି। ଏହି ବୈଠକରେ ବିରୋଧୀଦଳ ନେତା ଅଧିର ରଂଜନ ମଧ୍ୟ ଭାଗ ନେଇଥିଲେ। ଏହି ସମୟରେ, ସୂତ୍ରରୁ ପ୍ରକାଶ ଯେ ନିର୍ବାଚନ ଆୟୋଗ ଶୁକ୍ରବାର (ମାର୍ଚ୍ଚ ୧୫)ରେ ଲୋକ ସଭା ନିର୍ବାଚନ ତାରିଖ ଘୋଷଣା କରିବେ।a

ନିର୍ବାଚନ ଘୋଷଣା ସହିତ ଦେଶରେ ଆଦର୍ଶ ଆଚରଣ ବିଧି କାର୍ଯ୍ୟକାରୀ ହେବ। ସୂଚନାନୁସାରେ, ଜମ୍ମୁ କଶ୍ମୀରରେ ଲୋକ ସଭା ଓ ବିଧାନସଭା ନିର୍ବାଚନ ଏକ ସମୟରେ ଅନୁଷ୍ଠିତ ହୋଇପାରେ। ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ବୁଧବାର ଜମ୍ମୁ କଶ୍ମୀର ଗସ୍ତରେ ଆସିଛନ୍ତି। ଏହି ସମୟରେ ସେ ଅନେକ ରାଜନୈତିକ ଦଳର ପ୍ରତିନିଧୀଙ୍କୁ ଭେଟିଥିଲେ। ଜମ୍ମୁ କଶ୍ମୀରରେ ଲୋକ ସଭା ସହିତ ବିଧାନସଭା ନିର୍ବାଚନ ଆୟୋଜନ କରିବାକୁ ସମସ୍ତ ଦଳ ଦାବି କରିଛନ୍ତି।

ଲୋକ ସଭା ନିର୍ବାଚନ ସହିତ ଜମ୍ମୁ କଶ୍ମୀର, ଆନ୍ଧ୍ରପ୍ରଦେଶ, ଓଡିଶା, ଅରୁଣାଚଳ ପ୍ରଦେଶ ଭଳି ରାଜ୍ୟରେ ନିର୍ବାଚନ ଆୟୋଗ ମଧ୍ୟ ନିର୍ବାଚନ ଘୋଷଣା କରିବେ। ତେବେ ଜମ୍ମୁ କଶ୍ମୀର ଉପରେ କ’ଣ ନିଷ୍ପତ୍ତି ନିଆଯିବ। ୨୦୧୯ଭଳି ସାତୋଟି ପର୍ଯ୍ୟାୟରେ ଆଗାମୀ ଲୋକ ସଭା ନିର୍ବାଚନ ମଧ୍ୟ ହୋଇପାରେ ବୋଲି ଅନୁମାନ କରାଯାଉଛି।

Leave A Reply

Your email address will not be published.