ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବଡ଼ ମହାସ୍ନାନ
ବଡ଼ଠାକୁରଙ୍କ ବଡ଼ ମହାସ୍ନାନ । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବଡ଼ ମହାସ୍ନାନ। ଭିତର କାଠ ନିକଟରେ ବାନ୍ତି ପଡ଼ିଥିବାରୁ ବଡ଼ ମହାସ୍ନାନ କରାଯାଇଛି। ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।
ସୂଚନା ଅନୁଯାୟୀ, ଗୁରୁବାର ସକାଳ ଧୂପ ପରେ ଚାଲିଥିଲା ଭିତରକାଠ ଦର୍ଶନ। ତେବେ ଭିତର କାଠ ନିକଟରେ ବାନ୍ତି ପଡ଼ିଥିବାର କିଛି ସେବାୟତ ଦେଖିଥିଲେ। ଏହାପରେ ତୁରନ୍ତ ମହପ୍ରଭୁଙ୍କ ସମସ୍ତ ନୀତିକାନ୍ତି କିଛି ସମୟ ପାଇଁ ବନ୍ଦ କରାଯାଇଥିଲା । ଏହି ସମୟରେ ଠାକୁରଙ୍କ ବଡ଼ ମହାସ୍ନାନ କରାଯାଥିଲା। ଠାକୁରଙ୍କ ବଡ଼ ମହାସ୍ନାନ ଯୋଗୁଁ ବନ୍ଦ ରହିଥିଲା ସାଧାରଣ ଦର୍ଶନ। ମହାସ୍ନାନ ନୀତି ପରେ ପୁନର୍ବାର ଜାରି ସର୍ବସାଧାରଣ ଦର୍ଶନ ଚାଲିବ। ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଜାରି କରାଯାଇଛି।