ଇସ୍ରାଏଲ ସଂସଦରେ ପାସ୍ ହେଲା ସବୁଠୁ କଠୋର ଆଇନ, ଫାଶୀ ଖୁଣ୍ଟରେ ଝୁଲିବେ ପାଲେଷ୍ଟାଇନ କଏଦୀ !
ଏଣିକି ଆତଙ୍କୀଙ୍କୁ ସ୍ଥାନ ନାହିଁ। କେବଳ ମୃତ୍ୟୁଦଣ୍ଡ। ଏଭଳି ବିବାଦୀୟ ଆଇନ ପାସ୍ କରିଛି ଇସ୍ରାଏଲ। ଇସ୍ରାଏଲର ସଂସଦ ୬୨-୪୮ ଭୋଟରେ ଏହି ଆଇନ ପାସ୍ କରିଛି। ଏହି ଆଇନ ପରେ ପାଲେଷ୍ଟାଇନୀଙ୍କ ପାଇଁ ମୃତ୍ୟୁଦଣ୍ଡକୁ ବାଧ୍ୟତାମୂଳକ କରିଛି। ଏହି ବିଲ୍ ବହୁ ବର୍ଷ ଧରି ଇସ୍ରାଏଲର ଦକ୍ଷିଣପନ୍ଥୀ ନେତାମାନଙ୍କ ଦାବି ରହିଆସିଛି। ପାଲେଷ୍ଟାଇନୀମାନଙ୍କ ପାଇଁ ଦଣ୍ଡକୁ ଆହୁରି କଠୋର କରିବା ଦିଗରେ ଏକ ପ୍ରମୁଖ ପଦକ୍ଷେପ ଭାବରେ ଦେଖାଯାଉଛି।
ସଂସଦରେ ଏହି ବିଲ୍ ପାସ୍ ହେବା ଦକ୍ଷିଣପନ୍ଥୀ ନେତା ତଥା ଜାତୀୟ ସୁରକ୍ଷା ମନ୍ତ୍ରୀ ଇଟାମାର ବେନଙ୍କ ଓଜମା ୟେହୁଦି ପାର୍ଟି ପାଇଁ ଏକ ବଡ଼ ବିଜୟ। ଦୀର୍ଘ ସମୟ ଧରି ବିଲ୍ ପାଇଁ ଦାବି କରି ଆସୁଥିଲେ। ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ବିଲ୍ ସପକ୍ଷରେ ଭୋଟ୍ ଦେଇଥିଲେ। ବେନ୍ କହିଛନ୍ତି ଯେ ଏହା ପୀଡିତଙ୍କ ପାଇଁ ନ୍ୟାୟର ଦିନ। ଆତଙ୍କବାଦୀଙ୍କ ପାଇଁ ଆଉ କୌଣସି ଖୋଲା ରାସ୍ତା ନାହିଁ। ବରଂ ଏକ ସ୍ପଷ୍ଟ ବାର୍ତ୍ତା ଯେ ଯିଏ ଆତଙ୍କବାଦକୁ ବାଛିବ, ସେ ମୃତ୍ୟୁକୁ ବାଛିବ।