ପାକିସ୍ତାନରେ ଡିଜେଲର ମୂଲ୍ୟ ଲିଟର ପିଛା ୫୨୦.୩୫ ଟଙ୍କା
ପାକିସ୍ତାନ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟରେ ଉଲ୍ଲେଖନୀୟ ବୃଦ୍ଧି କରିଛି । ଏହା ଗୋଟିଏ ମାସରୁ କମ୍ ସମୟ ମଧ୍ୟରେ ଦ୍ୱିତୀୟ ବୃଦ୍ଧି, ଯାହା ମୂଲ୍ୟକୁ ଆକାଶଛୁଆଁ କରିଛି। ଇରାନ ବିବାଦ ଯୋଗୁଁ ବିଶ୍ୱ ତୈଳ ଦରରେ ବୃଦ୍ଧି ଯୋଗୁଁ ଏହି ବୃଦ୍ଧି ହୋଇଛି । ଏହିପରି ପାକିସ୍ତାନର ଶାହବାଜ ସରିଫ ସରକାର ବିଶ୍ୱ ତୈଳ ଦରରେ ବୃଦ୍ଧିର ବୋଝ ଜନସାଧାରଣଙ୍କ ଉପରେ ଲଦି ଦେଇଛନ୍ତି। ଗୁରୁବାର ଏବଂ ଶୁକ୍ରବାର ମଧ୍ୟବର୍ତ୍ତୀ ରାତିରୁ ଏହି ନୂତନ ଦର ଲାଗୁ ହୋଇଛି ।
ନୂତନ ଦର ଅନୁଯାୟୀ ଡିଜେଲର ମୂଲ୍ୟ ୫୪.୯% ବୃଦ୍ଧି ପାଇ ୫୨୦.୩୫ ପାକିସ୍ତାନୀ ଟଙ୍କା ପ୍ରତି ଲିଟର ହୋଇଛି ଏବଂ ପେଟ୍ରୋଲର ମୂଲ୍ୟ ୪୨.୭% ବୃଦ୍ଧି ପାଇ ୪୫୮.୪୦ ପାକିସ୍ତାନୀ ଟଙ୍କା ପ୍ରତି ଲିଟର ହୋଇଛି। ନୂତନ ଦର ସହିତ ପେଟ୍ରୋଲ ପ୍ରତି ଲିଟର ୧୩୭.୨୩ ପାକିସ୍ତାନୀ ଟଙ୍କା ଏବଂ ଡିଜେଲ ୧୮୪.୪୯ ପାକିସ୍ତାନୀ ଟଙ୍କା ପ୍ରତି ଲିଟର ବୃଦ୍ଧି ପାଇଛି
।