ଧର୍ମ ଭିକ୍ତିରେ ଭୋଟ ମାଗି ଫସିଲେ ନେତା, ମାମଲା ରୁଜୁ

0

ଦେଶରେ ଦ୍ୱିତୀୟ ପର୍ଯ୍ୟାୟ ଭୋଟିଂ ଚାଲିଥିବା ବେଳେ ଲୋକଙ୍କୁ ଧର୍ମ ଭିତ୍ତିରେ ଭୋଟ ମାଗିଛନ୍ତି ବିଜେପି ସାଂସଦ ତଥା ଦକ୍ଷିଣ ବେଙ୍ଗାଲୁରୁର ପ୍ରାର୍ଥୀ ତେଜସ୍ୱୀ ସୂର୍ଯ୍ୟ।

ସେ ଗୁରୁବାର ଗୋଟିଏ ଭିଡିଓ ଜାରି କରି କହିଥିଲେ ଯେ ବିଜେପି ପାଖରେ ୮୦% ଲୋକଙ୍କ ସମର୍ଥନ ରହିଛି, କିନ୍ତୁ ଏହା ମଧ୍ୟରୁ ୨୦% ଭୋଟ ଦେଉଛନ୍ତି। କଂଗ୍ରେସକୁ ୨୦% ଲୋକ ସମର୍ଥନ କରୁଥିବା ବେଳେ ସେମାନଙ୍କ ମଧ୍ୟରୁ ୮୦% ଭୋଟ ଦେଉଛନ୍ତି। ୨୦୧୯ରେ ଏଠାରେ ୫୩% ଭୋଟ ହୋଇଥିଲା। ଏଥର ଏହା ୭୫% ଭୋଟିଂ ହେବା ଦରକାର ବୋଲି ସେ କହିଥିଲେ। କିନ୍ତୁ ସେ ୮୦ ଓ ୨୦% ଲୋକଙ୍କ କଥା କହି ପରୋକ୍ଷରେ ଦେଶର ହିନ୍ଦୁ ଓ ମୁସଲିମ ଜନସଂଖ୍ୟା ସମ୍ପର୍କରେ ଲୋକଙ୍କୁ ସୂଚନା ଦେଇ ଭୋଟ ଦେବାକୁ କହିଥିବାରୁ ତାଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି।

Leave A Reply

Your email address will not be published.