ଆଜିଠୁ ଆରମ୍ଭ ହେଲା ମାଟ୍ରିକ୍ ପରୀକ୍ଷା ଖାତାଦେଖା

0

ଭୁବନେଶ୍ୱର (ଆମ ଟିଭି): ମାଟ୍ରିକ୍ ପରୀକ୍ଷା ସରିବା ବରେ ଆଜିଠାରୁ ଆରମ୍ଭ ହୋଇଛି ମାଟ୍ରିକ ସମ୍ମେଟିଭ-୧ ପରୀକ୍ଷାର ଖାତା ଦେଖା। ମୋଟ ୫୬ଟି କେନ୍ଦ୍ରରେ ମାଟ୍ରିକ୍ ଖାତା ଦେଖାଯାଉଛି। ୧୨୪୦ଶିକ୍ଷକ ଖାତା ମୂଲ୍ୟାୟନ ପକ୍ରିୟାରେ ନିୟୋଜିତ ହୋଇଛନ୍ତି। ସକାଳ ୯ଟାରୁ ଖାତା ଦେଖା ଆରମ୍ଭ ହୋଇବା ବେଳେ ୫ଟା ଯାଏ ଚାଲିବ। ୧୦ ଦିନ ମଧ୍ୟରେ ଖାତା ଦେଖା ସାରିବାକୁ ଲକ୍ଷ୍ୟ ରଖିଛି ବୋର୍ଡ। ଖାତାଦେଖା କେନ୍ଦ୍ରକୁ ନିରୀକ୍ଷକଙ୍କ ମୋବାଇଲ ନେବା ଉପରେ କଟକଣା ଜାରି କରାଯାଇଛି।

ଚଳିତ ବର୍ଷ ୫ ଲକ୍ଷ ୪୦ ହଜାର ୭୧୨ ଜଣ ପରୀକ୍ଷାର୍ଥୀ ୩୦୨୯ଟି କେନ୍ଦ୍ରରେ ପରୀକ୍ଷା ଦେଇଥିଲେ। ସେହିପରି ମଧ୍ୟମାରେ ୨ ହଜାର ୯୧୪ ଜଣ ପରୀକ୍ଷାର୍ଥୀଙ୍କ ପାଇଁ ୧୦୮ ଟି କେନ୍ଦ୍ର ହୋଇଥିବା ବେଳେ ଓପନ୍ ସ୍କୁଲ ସାର୍ଟିଫିକେଟ ପାଇଁ ୭୧୮୧ ଜଣ ପରୀକ୍ଷାର୍ଥୀ ୧୪୬ଟି କେନ୍ଦ୍ରରେ ପରୀକ୍ଷା ଦେଇଥିଲେ। ଦଶମ ଛାତ୍ରଛାତ୍ରୀଙ୍କ ପାଇଁ ବେଶ୍ ଗୁରୁତ୍ୱ ବହନ କରୁଥିବା ଏହି ପରୀକ୍ଷାକୁ ସୁରୁଖୁରୁରେ କରିବା ପାଇଁ ବୋର୍ଡ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଥିଲା ।

Leave A Reply

Your email address will not be published.