ଅରିନ୍ଦମଙ୍କ ଆଗାମୀ ଫିଲ୍ମର ନାଁ ଓ ଏକ ଫଟୋ କୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଜାରି ରହିଛି

0

ଭୁବନେଶ୍ୱର(ଆମ ଟିଭି): ଅରିନ୍ଦମ ଦୀର୍ଘ ବର୍ଷର ନୀରବତା ପରେ ଏକ ନୂଆ ଧମାକାଧାର ଓଡ଼ିଆ ଚଳଚ୍ଚିତ୍ର ମାଧ୍ୟମରେ କମ୍ ବ୍ୟାକ୍ କରୁଛନ୍ତି। ଅରିନ୍ଦମ ‘ବାବୁ ଭାଇଜାନ୍’ ପରେ କିଛିଦିନର ନୀରବତା ଭଙ୍ଗ କରି ନୂଆଲୁକ୍ ନୂଆ କାହାଣୀ ସହ ଦଶହରାରେ ଧମାଲ୍ କରିବେ ବୋଲି ପ୍ରଶଂସକ ମହଲରୁ ଆଶା ପ୍ରକଟ କରାଯାଇଛି । ତେବେ ରତ୍ନା ଫିଲ୍ମ ବ୍ୟାନରର ଚତୁର୍ଥ ଅବଦାନ ତଥା ନିଜ ପ୍ରଯୋଜନାରେ ଦଶହରାରେ ମୁକ୍ତିଲାଭ କରିବାକୁ ଯାଉଥିବା ଏହି ନୂଆ ଓଡ଼ିଆ ଚଳଚ୍ଚିତ୍ରର ନିକଟରେ ଶୁଭ ମହୁରତ ହୋଇଥିଲା । ମହୁରତ ପରଠାରୁ ସୋସିଆଲ ମିଡିଆରେ ଚର୍ଚ୍ଚା ରେ ଅଛି ଅରିନ୍ଦମଙ୍କ ଏହି ଫିଲ୍ମ୍, କାରଣ ହେଉଛି ଫିଲ୍ମର ନାଁ ।
ଚଳଚ୍ଚିତ୍ରର ନିର୍ଦ୍ଦେଶନାରେ ଅଶୋକ ପତି ଏବଂ ଚିତ୍ରନାଟ୍ୟ ଓ ସଂଳାପ ଦାୟିତ୍ୱରେ ଭାରଦ୍ୱାଜ ପଣ୍ଡା ରହିଛନ୍ତି। ହେଲେ ଫିଲ୍ମର ସମ୍ପୂର୍ଣ୍ଣ ଷ୍ଟାର କାଷ୍ଟ ତଥା ଫିଲ୍ମର ନାଁ ଘୋଷଣା ଏପର୍ଯ୍ୟନ୍ତ ପ୍ରଯୋଜନା ସଂସ୍ଥା କରିନାହିଁ ହେଲେ ବିଶେଷ ସୂତ୍ରରୁ ଖବର ମିଳିଛି ଯେ ଫିଲ୍ମର ପ୍ରଥମ ଅକ୍ଷର କୁଆଡେ ଇଂରାଜୀ ଅକ୍ଷର ଆର୍ (R) ହୋଇଥିବା ବେଳେ ଦ୍ବିତୀୟ ଅକ୍ଷର ଏ (A) ଯାହା ଅରିନ୍ଦମଙ୍କ ଫ୍ଯାନ ମାନଙ୍କର ହୃଦୟ ସ୍ପନ୍ଦନ ବଢାଇଦେଇଛି ସେଥିପାଇଁ ଫିଲ୍ମର ନାଁ କୁ ନେଇ ସୋସିଆଲ ମିଡିଆରେ ଦର୍ଶକଙ୍କ ତର୍ଜମା ଚାଲିଛି ।

ଫିଲ୍ମଟି ଦଶହରାରେ ମୁଜ୍ତିଲାଭ କରିବା ପାଇଁ ସ୍ଥିର ହୋଇଥିବା ଯୋଗୁଁ ଚଳିତ ମାସରୁ ହିଁ ସୁଟିଙ୍ଗ ଆରମ୍ଭ ହେବାକୁ ସମସ୍ତ ପ୍ରସ୍ତୁତି ସରିଛି ଓ ଗୀତ ଗୁଡିକର ରେକର୍ଡିଂ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ନିକଟରେ ରେକର୍ଡିଂ ଷ୍ଟୂଡିଓରୁ ଏକ ଫଟୋ ଭାଇରାଲ ହୋଇଛି ଯେଉଁଥିରେ ଅରିନ୍ଦମ, ମଣ୍ଟୁ ରାଉତ, ଅଭିଜିତ ମଜୁମଦାର, ତାରିକ ଅଜିଜ୍, ସ୍ଵୟମ୍ ଓ ଅନ୍ତରା ଚକ୍ରବର୍ତୀ ନଜର ଆସିଛନ୍ତି । ତେଣୁ ଗୋଟେ ପ୍ରକାରର ନିଶ୍ଚିତ ଯେ ଫିଲ୍ମର ସଙ୍ଗୀତ ନିର୍ଦ୍ଦେଶକ ଓ ଗାୟକ ଓ ଗାୟିକା ମାନନଙ୍କର ଏହି ଦମଦାର ଟିମ୍ ର୍ ସବୁ ଗୀତ ଗୁଡିକ ଦଶହରାରେ ଓଡ଼ିଶାରେ ଚହଳ ପକାଇବ । ଚଳଚ୍ଚିତ୍ରର ପ୍ରଚାର ପ୍ରସାରରେ ମିଡ଼ିଆ ପ୍ଲାନରର କ୍ରି୍ଏଟିଭ ହେଡ଼ ପ୍ରଣୟ ଜେଠୀ ଅଛନ୍ତି ।

Leave A Reply

Your email address will not be published.