ସାରା ଭାରତସ୍ତରରେ ପ୍ରଥମ ଥର ପାଇଁ ଜଣେ କିନ୍ନର ଙ୍କୁ ଓଡ଼ିଆ ଚଳଚ୍ଚିତ୍ର “ଅଭିସାର, ଏକ ପ୍ରେମ କାହାଣୀ…”

0

ଭୁବନେଶ୍ୱର(ଆମ ଟିଭି): ଫ୍ୟୁଜନ ଏଣ୍ଟରଟେନମେଣ୍ଟ ଦ୍ୱାରା ନିର୍ମାଣ ହୋଇଥିବା ଭିନ୍ନ ଧରଣର ମୌଳିକ କାହାଣୀ ର ଚଳଚ୍ଚିତ୍ର ଯାହାର ନାଁ “ଅଭିସାର, ଏକ ପ୍ରେମ କାହାଣୀ” ର “ପୋଷ୍ଟର ଉନ୍ମୋଚନ” କାର୍ଯ୍ୟକ୍ରମ ଭୁବନେଶ୍ୱର ସ୍ଥିତ ଏକ ତାରକା ହୋଟେଲ ର ବର୍ଣ୍ଣାଢ୍ୟ ପରିବେଶ ରେ ଅନୁଷ୍ଠିତ ହୋଇଯାଇଥିବା ବେଳେ ସାରା ଓଡିଶାର ପୂର୍ଣ୍ଣ ପ୍ରେକ୍ଷାଳୟରେ ଖୁବ ଶୀଘ୍ର ମୁକ୍ତିଲାଭ କରିବ ବୋଲି ପ୍ରଯୋଜନା ସଂସ୍ଥା ତରଫରୁ ଜଣା ପଡିଛି l ଚଳଚ୍ଚିତ୍ର ର କାହାଣୀ ଶ୍ରୀମତୀ ସଂଘମିତ୍ରା ଭଞ୍ଜ ଲେଖିଛନ୍ତି ଏବଂ ଚିତ୍ରନାଟ୍ୟ, ସଂଳାପ ତଥା ନିର୍ଦ୍ଦେଶନା ଦାୟିତ୍ୱ ରେ ରହିଛନ୍ତି ରଞ୍ଜିତ ମହାନ୍ତି l ଚିତ୍ରତ୍ତୋଳନ ଦାୟିତ୍ୱ ପ୍ରସନ୍ନ କୁମାର ଙ୍କ କାନ୍ଧରେ ରହିଛି ଏବଂ ସମ୍ପାଦନା ଦାୟିତ୍ୱ ରେ ରହିଛନ୍ତି ଚନ୍ଦ୍ରଶେଖର ମିଶ୍ର l ଚଳଚ୍ଚିତ୍ର ର ଏକ ପ୍ରମୁଖ ବିଭାଗ ସଙ୍ଗୀତ ଦାୟିତ୍ୱ ରେ ଅଛନ୍ତି ସଙ୍ଗୀତ ନିର୍ଦ୍ଦେଶକ ବିଭୁତି ଭୂଷଣ ଗଡ଼ନାୟକ l ଏହାର ମୁଖ୍ୟ ଉପଦେଷ୍ଟା ଶ୍ରୀଯୁକ୍ତ ସନ୍ଦୀପ ମହାପାତ୍ର ଏବଂ ଶ୍ରୀଯୁକ୍ତ ଲକ୍ଷ୍ମୀ ନାରାୟଣ ପଟ୍ଟନାୟକ ରହିଛନ୍ତି l ମୁଖ୍ୟ ଚରିତ୍ର ରେ ମୀରା ପରିଡା, ନବାଗତ ଅଭିନେତା ରୁଦ୍ର ପ୍ରତାପ ମହାନ୍ତି ଏବଂ ଅଭିନେତ୍ରୀ ଭୂମି ରହିଛନ୍ତି l ମୁଖ୍ୟ ଅଭିନେତ୍ରୀ ଭୂମିକା ରେ ଥିବା ଭୂମି ଜଣେ କିନ୍ନର l ଜଣେ କିନ୍ନର ଙ୍କୁ ନେଇ ସାରା ଭାରତ ସ୍ତରରେ ମୁଖ୍ୟ ଅଭିନେତ୍ରୀ ଚରିତ୍ର ରେ ନେଇ ସିନେମା ନିର୍ମାଣ କରିବା ପ୍ରଥମ l ଯାହା ଫ୍ୟୁଜନ ଏଣ୍ଟରନମେଣ୍ଟ ର ଏକ ଦୁଃ ସାହସିକ ପଦକ୍ଷେପ l ତାଙ୍କ ବ୍ୟତୀତ ସହ କଳାକାର ଭାବେ ଆର୍ଯ୍ୟ ମହାନ୍ତି, ଶିବାଜୀ ରାଜା ପ୍ରମୁଖ ଅଭିନୟ କରିଛନ୍ତି l

ଆମ ସମାଜ ରେ ଏମିତି କିଛି ମୌଳିକ ହୃଦୟସ୍ପର୍ଶୀ କଥା ଅଛି ଯାହାର ପ୍ରତି ଟି ପୃଷ୍ଠା ଲେଉଟାଇଲେ ତାହା କାହାଣୀ ର ରୂପ ନିଏ l ଆଉ ତାକୁ ଜୀବନ୍ତ ରୂପ ଦେବାକୁ ଚାହିଁଲେ କାହଁକି କେଜାଣି ପାଦ ପଛଘୁଞ୍ଚା ଦିଏ l ହେଲେ ଫ୍ୟୁଜନ ଏଣ୍ଟରଟେନମେଣ୍ଟ ପଛଘୁଞ୍ଚା ନୁହେଁ, ଆଗକୁ ଆଗକୁ ପାଦ ବଢ଼lଇ ସମାଜରେ ଘଟୁଥିବା ନିତିଦିନିଆ କାହାଣୀ କୁ ଚଳଚ୍ଚିତ୍ର ର ରୂପ ଦେଇ ପ୍ରତିଟି ଦର୍ଶକ ଙ୍କ ପାଖରେ ପହଞ୍ଚାଇବାକୁ ପ୍ରୟାସ ଜାରି ରଖିଚି l

ଚଳଚ୍ଚିତ୍ର ର କାହାଣୀ ଚିରାଚରିତ କାହାଣୀ ଠୁ ଅଲଗା ଏବଂ ଓଡ଼ିଆ ଚଳଚ୍ଚିତ୍ର ଜଗତ ପାଇଁ ସମ୍ପୂର୍ଣ୍ଣ ଭାବେ ପ୍ରଥମ ବୋଲି ନିର୍ଦ୍ଦେଶକ ମତ ପ୍ରକାଶ କରିଛନ୍ତି l ଖୁବ ଶୀଘ୍ର ପେକ୍ଷାଳୟ ରେ ମୁକ୍ତିଲାଭ କରିବ ଏବଂ ଚଳଚ୍ଚିତ୍ର “ଅଭିସାର, ଏକ ପ୍ରେମ କାହାଣୀ” କୁ ସାରା ଓଡିଶାବାସୀ ଢେର ଭଲ ପାଇବା ଦେବେ ବୋଲି ପ୍ରଯୋଜନା ସଂସ୍ଥା ଆଶାପ୍ରକଟ କରିଛନ୍ତି l ଏହି ଚଳଚ୍ଚିତ୍ର ର ପ୍ରଚାର ପ୍ରସାର ଦାୟିତ୍ୱରେ ଅଛନ୍ତି ମିଡ଼ିଆ ପ୍ଲାନର କ୍ରି୍ଏଟିଭ ହେଡ଼ ପ୍ରଣୟ ଜେଠୀ l

Leave A Reply

Your email address will not be published.