ଦୀପାବଳି ପାଳିଲେ ଆମେରିକା ରାଷ୍ଟ୍ରପତି
ୱାଶିଂଟନ୍: ଆମେରିକାର ହ୍ୱାଇଟ୍ ହାଉସ୍ରେ ଫୁଟିଲା ବାଣ। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଓ ଉପରାଷ୍ଟ୍ରପତି କମଲା ହାରିସ୍ ବାଣ ଫୁଟାଇ ଦୀପାବଳି ପାଳନ କରିଛନ୍ତି। କେବଳ ସେତିକି ନୁହେଁ ଦୀପ ଜାଳି ଜୋ ବାଇଡେନ୍ ୨୦୦ ଲୋକଙ୍କ ସହ ବଡ ଧରଣରେ ଦୀପାବଳି ଉତ୍ସବ ପାଳନ କରିଛନ୍ତି। ଯାହାର ଭିଡିଓ ଏବେ ସାମ୍ନାକୁ ଆସିଛି।
ଆଲୋକର ପର୍ବ ଦୀପାବଳି କେବଳ ଭାରତ ନୁହେଁ ସାରା ବିଶ୍ୱରେ ପାଳନ ହୋଇଛି। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ତାଙ୍କ ପତ୍ନୀଙ୍କ ସମେତ ହ୍ୱାଇଟ୍ ହାଉସରେ ବେଶ୍ ଧୁମ୍ଧାମ୍ରେ ଦୀପାବଳି ପାଳନ କରିଛନ୍ତି। ଏଥିସହ କମଲା ହାରିସ ମଧ୍ୟ ଏହି ଉତ୍ସବରେ ସାମିଲ ହୋଇଥିଲେ। କେବଳ ସେତିକି ନୁହେଁ ବାଇଡେନ୍ଙ୍କ ପ୍ରଶାସନର ୨୦୦ ଭାରତୀୟ ଆମେରିକୀୟ ଏହି ଉତ୍ସବରେ ଯୋଗ ଦେଇ ବାଣ ଫୁଟାଇଥିଲେ।