ଆଜି ଆଶିଂକ ସୂର୍ଯ୍ୟପରାଗ,ଜାଣନ୍ତୁ କଣ ଅଛି ନୀତି ନିୟମ

0

ଭୁବନେଶ୍ୱର(ଆମ ଟିଭି): ଆଜି ଖଣ୍ଡଗ୍ରାସ ବା ଆଶିଂକ ସୂର୍ଯ୍ୟପରାଗ। ଏହି ଆଂଶିକ ସୂର୍ଯ୍ୟପରାଗ ଆଜି ଅପରାହ୍ଣ ୨ଟା ୨୮ରେ ଆରମ୍ଭ ହୋଇ ୫ଟା ୩୨ରେ ଶେଷ ହେଉଥିବା ବେଳେ ଏସିଆ ଓ ୟୁରୋପ ମହାଦେଶରେ ଦୃଶ୍ୟମାନ ହେବ। ତେବେ ଭୁବନେଶ୍ୱରରେ ଅପରାହ୍ଣ ୪ଟା ୫୬ ମିନିଟରୁ ୫ଟା ୧୬ ଯାଏ ପ୍ରାୟ ୨୦ ମିନିଟ୍ ପାଇଁ ଦେଖାଯିବ ଏହି ମହାଜାଗତିକ ଦୃଶ୍ୟ।

ସୂର୍ଯ୍ୟପରାଗ ସ୍ପର୍ଶର ୧୨ଘଣ୍ଟା ପୂର୍ବରୁ ଅର୍ଥାତ୍ ଆଜି ଭୋର୍ ୪ଟା ୫୬ରୁ ପାକତ୍ୟାଗ ଓ ଦେବ ନୀତି ନିଷେଧ କରାଯାଇଛି। ଗ୍ରହଣ ସ୍ପର୍ଶ ଆଜି ଅପରାହ୍ନ ୪ଟା ୫୬ ମିନିଟ ୫୨ ସେକଣ୍ଡରେ ଏବଂ ଗ୍ରହଣ ସର୍ବମୋକ୍ଷ ସନ୍ଧ୍ୟା ୬ଟା ୨୬ ମିନିଟ୍ ୫୨ ସେକେଣ୍ଡରେ ରହିଛି। ଆଜି ଶ୍ରୀମନ୍ଦିରରେ ମଧ୍ୟ ସ୍ୱତନ୍ତ୍ର ରୀତିନୀତି ପାଳନ କରାଯାଇଛି। ଗତକାଲି ରାତି ୧୨ଟାରେ ଦ୍ୱାରଫିଟା ସହ ଆଜି ଭୋର୍ ୪ଟା ୫୫ରେ ଭୋଗମଣ୍ଡପ ଶେଷ ହୋଇ ନୀତି ବନ୍ଦ ରହିଛି।

Leave A Reply

Your email address will not be published.