ଭୁବନେଶ୍ୱର (ଆମ ଟିଭି): ଆଜି ବସିବ ରାଜ୍ୟ କ୍ୟାବିନେଟ୍ ର ଗୁରୁତ୍ୱପୂର୍ଣ୍ଣ ବୈଠକ । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅପରାହ୍ଣ ସାଢ଼େ ୪ଟାରେ ରାଜ୍ୟ କ୍ୟାବିନେଟ୍ ବୈଠକ ବସିବା ନେଇ ସୂଚନା ମିଳିଛି ।
ଏହି ବୈଠକରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା କରାଯିବ । ତାହା ସହ କିଛି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ରାଜ୍ୟ କ୍ୟାବିନେଟ୍ ମୋହର ମାରିପାରେ ବୋଲି କୁହାଯାଉଛି । ତେବେ ଦେଖାଯାଉ ରାଜ୍ୟ କ୍ୟାବିନେଟ୍ କେଉଁ ପ୍ରସ୍ତାବ ଉପରେ ମୋହର ମାରୁଛି ।