କେଜ୍‌ରିଓ୍ବାଲଙ୍କୁ ବଡ଼ ଝଟକା ଦେଲେ ସୁପ୍ରିମକୋର୍ଟ

0

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିୱାଲ ସୁପ୍ରିମକୋର୍ଟଙ୍କରୁ ଆଶ୍ୱସ୍ତି ପାଇନାହାଁନ୍ତି। ବୁଧବାର କେଜ୍‌ରିୱାଲଙ୍କ ଜାମିନ ଆବେଦନ ଶୁଣାଣି ବେଳେ ସର୍ବୋଚ୍ଚ ନ୍ୟାୟାଳୟ ତାଙ୍କୁ ମଧ୍ୟବର୍ତ୍ତୀକାଳୀନ ଜାମିନ ଦେବାକୁ ମନା କରି ଦେଇଛନ୍ତି। କେଜ୍‌ରିଓ୍ବାଲଙ୍କ ପକ୍ଷରୁ କୋର୍ଟରେ ହାଜର ହୋଇଥିବା ବରିଷ୍ଠ ଓକିଲ ଅଭିଷେକ ମନୁ ସିଂଘବି ସ୍ବାସ୍ଥ୍ୟଗତ କାରଣ ଦର୍ଶାଇ ମଧ୍ୟବର୍ତ୍ତୀକାଳୀନ ଜାମିନ ପାଇଁ ଅନୁରୋଧ କରିଥିଲେ। ଏହା ଉପରେ କୋର୍ଟ କହିଛନ୍ତି, ଆମେ କୌଣସି ମଧ୍ୟବର୍ତ୍ତୀକାଳୀନ ଜାମିନ ଦେଇ ପାରିବୁ ନାହିଁ।

ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ସିବିଆଇ ମାଧ୍ୟମରେ ତାଙ୍କ ବିରୋଧରେ ପଞ୍ଜୀକୃତ ହୋଇଥିବା ମାମଲାରେ କେଜ୍‌ରିୱାଲ ଜାମିନ ପାଇଁ ସୁପ୍ରିମକୋର୍ଟରେ ପହଞ୍ଚିଛନ୍ତି। ଜଷ୍ଟିସ ସୂର୍ଯ୍ୟ କାନ୍ତ ଏବଂ ଜଷ୍ଟିସ ଉଜଲ ଭୁୟାନଙ୍କ ବେଞ୍ଚ ସିବିଆଇକୁ ନୋଟିସ ଜାରି କରି ଏହାର ଉତ୍ତର ମାଗିଛନ୍ତି। କୋର୍ଟ କହିଛନ୍ତି ଯେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ଅଗଷ୍ଟ ୨୩ରେ ହେବ।

Leave A Reply

Your email address will not be published.