ବଢ଼ିଲା ଶିକ୍ଷକଙ୍କ ଦରମା

0

ବଢ଼ିଛି ଗଣ ଶିକ୍ଷକଙ୍କ ଦରମା। OTET ପାସ୍ କରିନଥିବା ଗଣ ଶିକ୍ଷକଙ୍କ ପାରିଶ୍ରମିକକୁ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ମାସିକ ଦରମା ୭ ହଜାରରୁ ୧୦ ହଜାରକୁ ବଢ଼ାଯାଇଛି।

ଖାଲି ଏତିକି ନୁହେଁ OTET ପାସ୍ କରିଥିବା ଗଣଶିକ୍ଷକମାନେ ନିୟମିତ ହେବେ।

Med ଶିକ୍ଷକ ଭାବେ ନିୟମିତ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। OTET ପାସ୍ କରିଥିବା ସହକାରୀ ଶିକ୍ଷକଙ୍କୁ ବାର୍ଷିକ ଇନକ୍ରିମେଣ୍ଟ ବି ଦିଆଯିବାକୁ ଘୋଷଣା କରିଛନ୍ତି। ଏହାପରେ ରାଜ୍ୟର ମୋଟ୍ ୧୨ ହଜାର ୧୧୩ ଗଣଶିକ୍ଷକ ଏହି ନିଷ୍ପତ୍ତିର ଫାଇଦା ପାଇବେ।

ଗଣ ଶିକ୍ଷକମାନେ ଦରମା ବୃଦ୍ଧି ସହ ଅନେକ ଦାବି ନେଇ ରାଜଧାନୀ ରାଜରାସ୍ତାରେ ମାସ ମାସ ଧରି ଧାରଣା ଦେଇଥିଲେ। ବହୁ ବର୍ଷ ଧରି ଏନେଇ ଦାବି ବି କରି ଆସୁଥିଲେ। ତେବେ ନିର୍ବାଚନ ପୂର୍ବରୁ ଗଣ ଶିକ୍ଷକଙ୍କ ଦରମା ବଢ଼ାଇଛନ୍ତି ରାଜ୍ୟ ସରକାର।

Leave A Reply

Your email address will not be published.