ରିଲିଜ୍ ହେଲା “ଭୋଟ” ର ଟ୍ରେଲର, ଫେବୃଆରୀ ୨୩ରେ ଶୁଭମୁକ୍ତି

0

ଭୁବନେଶ୍ଵର (ଆମ ଟିଭି): “ଭୋଟ” ବେଳ ପାଖେଇ ଆସୁଥିବାରୁ ଦର୍ଶକଙ୍କ ମନରେ ଆଗ୍ରହ ବଢ଼ିବାରେ ଲାଗିଛି l ଦର୍ଶକମାନଙ୍କ ମନୋରଞ୍ଜନ ପାଇଁ ରିତୁପ୍ରିୟା ପ୍ରଡ଼କସନ୍ସ ବ୍ୟାନର ରେ ଅତୀଶ କୁମାର ରାଉତ ଙ୍କ ପ୍ରଯୋଜନା ରେ ଭୋଟ ନିର୍ମିତ ହୋଇଛି l ଆସନ୍ତା ୨୩ ଫେବୃଆରୀ ରେ ମୁକ୍ତିଲାଭ କରିବା ପାଇଁ ପ୍ରଯୋଜନା ସଂସ୍ଥା ତରଫରୁ ଘୋଷଣା କରାଯାଇଥିବା ବେଳେ ଆଜି ଭୁବନେଶ୍ୱର ସ୍ଥିତ ଶୀତଲ ହୋଟେଲ ରେ ଏହାର ଟ୍ରେଲର ରିଲିଜ୍ ହୋଇଛି l ଏହି ଟ୍ରେଲର ରିଲିଜ୍ ଅବସରରେ ପ୍ରଯୋଜକ ଅତୀଶ କୁମାର ରାଉତ, ନିର୍ଦ୍ଦେଶକ ଦେବାଶିଷ ମହାପାତ୍ର, କାହାଣୀକାର ଅଜୟ ମହାପାତ୍ର, ସଂଗୀତ ନିର୍ଦ୍ଦେଶକ ବିକାଶ ଦାସ, ପ୍ରଯୋଜକ ସଚ୍ଚିକାନ୍ତ ଜେନା, ପ୍ରଣୟ ଜେଠୀ ଙ୍କ ସମେତ ସମସ୍ତ କଳାକାର ଯୋଗଦେଇଥିଲେ l ରୁପାଲୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ l

 

ଆଗରୁ ଦର୍ଶକଙ୍କ ଅଭିଯୋଗ ଥିଲା ପାରିବାରିକ ସିନେମା ହେଉନଥିବାରୁ ଦର୍ଶକ ହଲ୍ ରୁ ମୁହଁ ଫେରେଇନେଉଛନ୍ତି l ହେଲେ ଏବେ ପ୍ରତିଟି ପରିବାରର ନିଚ୍ଛକ ମୌଳିକ କାହାଣୀକୁ ନେଇ ସିନେମା ତିଆରି ହେଉଛି ଯାହା ଫଳରେ ସପରିବାର ହଲ୍ ମୁହାଁ ହେଉଛନ୍ତି l ଅଜୟ ମହାପାତ୍ର ଙ୍କ ସୁ-ପ୍ରସିଦ୍ଧ ମଞ୍ଚ ନାଟକର କାହାଣୀକୁ ନିର୍ଦ୍ଦେଶନା ଦେଇଛନ୍ତି ନବାଗତ ଯୁବ ନିର୍ଦ୍ଦେଶକ ଦେବାଶିଷ ମହାପାତ୍ର l ଚିତ୍ରତ୍ତୋଳନ ଦାୟିତ୍ୱ ତୁଲାଇଛନ୍ତି କେରଲା ଷ୍ଟୋରୀ ର କ୍ୟାମେରାମାନ ପ୍ରଶାନ୍ତନୁ ମହାପାତ୍ର l ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ବିକାଶ ଦାସ l ସମ୍ପାଦନା କରିଥିଲେ ସ୍ବର୍ଗତ ରବି ପଟ୍ଟନାୟକ l

ମଞ୍ଚ ଦୁନିଆର ଅନେକ ବିଶିଷ୍ଟ କଳାକାରଙ୍କୁ ନେଇ ନିର୍ମାଣ ହୋଇଛି ଚଳଚ୍ଚିତ୍ର ଭୋଟ l ନ୍ୟାସନାଲ ସ୍କୁଲ ଅଫ ଡ୍ରାମା, ଦିଲ୍ଲୀ ରୁ ପାଠ ପଢି ଆସିଥିବା ବରିଷ୍ଠ ମଞ୍ଚ ଅଭିନେତା ସୂର୍ଯ୍ୟ ମହାନ୍ତି, ସ୍ବର୍ଗତ ଚକ୍ରଧର ଜେନା ଙ୍କ ସମେତ ଅନେକ ନାଟକର ସଫଳ ମଞ୍ଚ ଅଭିନେତା ସୁଶାନ୍ତ, ହର ରଥ, ଉଷସୀ ମିଶ୍ର, ରାନୁ ପାଢ଼ୀ, ବନମାଳୀ ପାଣ୍ଡିଆ, ହାଡୁ, ଦେବୀ ବାରିକ, ସତ୍ୟ ପାଣିଗ୍ରାହୀ, ମନୋରଞ୍ଜନ ଦାସ, ରଞ୍ଜନ ରାଉତ, ସୀତାଂଶୁ, ସୌମ୍ୟ, ଶ୍ରେୟା, ପିଙ୍କି ପ୍ରିୟଦର୍ଶିନୀ ପ୍ରମୁଖ ଅଭିନୟ କରିଛନ୍ତି l

 

ମୋହିତ ଚକ୍ରବର୍ତ୍ତୀ ଏବଂ ବାପୁ ଗୋସ୍ୱାମୀ ଗୀତ ଗୁଡିକୁ ରଚନା କରିଛନ୍ତି l ଓଲିଉଡ଼ ର ଆଗଧାଡିର କଣ୍ଠଶିଳ୍ପୀ ହ୍ୟୁମାନ ସାଗର, ଦିପ୍ତୀରେଖା ପାଢ଼ୀ, ଶିବାଶିଷ ମିଶ୍ର, ଲିପ୍ସା ମହାପାତ୍ର, ବିଷ୍ଣୁ ମୋହନ କବି ଏବଂ ସତ୍ୟଜିତ ପ୍ରଧାନ କଣ୍ଠଦାନ କରିଛନ୍ତି l

ଭୋଟ ସିନେମା ର ଦର୍ଶକ ଙ୍କ ମନକୁ ନିଶ୍ଚିତ ଭାବେ ଛୁଇଁବା ଏକଥା ପ୍ରଚାର ପ୍ରସାର ଦାୟିତ୍ୱ ରେ ଥିବା ମିଡ଼ିଆ ପ୍ଲାନର କ୍ରିଏଟିଭ ହେଡ଼ ପ୍ରଣୟ ଜେଠୀ ଦୃଢୋକ୍ତି ପ୍ରକାଶ କରିଛନ୍ତି l

Leave A Reply

Your email address will not be published.