ଅନ୍ଦୋଳନକୁ ଓହ୍ଲାଇବ ପରିବହନ ଶ୍ରମିକ ମହାସଂଘ

0

ଭୁବନେଶ୍ବର: ଅନ୍ଦୋଳନକୁ ଓହ୍ଲାଇବ ପରିବହନ ଶ୍ରମିକ ମହାସଂଘ । ଓଡ଼ିଶା ପରିବହନ ଶ୍ରମିକ ମହାସଂଘ ସୋମବାରଠାରୁ ଧର୍ମଘଟକୁ ଓହ୍ଲାଇବ। ଏଥିପାଇଁ ତେଲ ଡିପୋରୁ ପେଟ୍ରୋଲ ଓ ଡିଜେଲ ଲୋଡିଂ ବନ୍ଦ ରହିବ। ଏନେଇ ରବିବାର ସାମ୍ବାଦିକ ସମ୍ମିଳନୀ ଜରିଆରେ ସଂଘ ପକ୍ଷରୁ ସୂଚନା ଦିଆଯାଇଛି। ଭାରତୀୟ ନ୍ୟାୟ ସଂହିତା ୨୦୨୩ରେ ଗାଡ଼ି ଚାଳକଙ୍କ ପାଇଁ ଥିବା ଦଣ୍ଡବିଧାନକୁ ବିରୋଧ କରି ମହାସଂଘ ଧର୍ମଘଟ ଡାକରା ଦେଇଛି। ସଂଘର ଏହି ନିଷ୍ପତ୍ତି ଫଳରେ ସୋମବାରଠାରୁ ଡିପୋରୁ ପେଟ୍ରୋଲ ପମ୍ପକୁ ତେଲ ଯୋଗାଣ ସମ୍ପୂର୍ଣ୍ଣ ବନ୍ଦ ରହିବ। ଫଳରେ ପରିବହନ ସେବା ପ୍ରଭାବିତ ହେବାର ଆଶଙ୍କା ରହିଛି।

ଅପରପକ୍ଷେ, ଡ୍ରାଇଭର ଆନ୍ଦୋଳନ ଯୋଗୁଁ ଶନିବାର ଅଧିକାଂଶ ପେଟ୍ରୋଲ ପମ୍ପରେ ତେଲ ଷ୍ଟକ ବହୁତ କମିଯାଇଥିଲା। ସନ୍ଧ୍ୟାରେ ଡ୍ରାଇଭର ଆନ୍ଦୋଳନ ପ୍ରତ୍ୟାହାର ହେବା ପରେ ଡିପୋରୁ ଅଳ୍ପ କିଛି ଟ୍ୟାଙ୍କରରେ ତେଲ ଲୋଡିଂ ହୋଇଥିଲା।

 

Leave A Reply

Your email address will not be published.