ରାଜ୍ୟରେ ରହିଛନ୍ତି ଲକ୍ଷାଧିକ ଭୂତ ରାଶନକାର୍ଡଧାରୀ, ସବୁଠୁ ଏହି ଜିଲାରେ ଅଛନ୍ତି…

0

ଭୁବନେଶ୍ୱର(ଆମ ଟିଭି): ରାଜ୍ୟରେ ୩ ଲକ୍ଷ ୨୮ ହଜାର ୯୩୨ ଜଣ ଭୂତ ରାଶନାକାର୍ଡଧାରୀ ଅଛନ୍ତି। ଅର୍ଥାତ୍‌ ମୃତ ବ୍ୟକ୍ତିଙ୍କ ନାଁରେ ରହିଛି ରାଶନ କାର୍ଡ। e-KYC ପରେ ସେମାନଙ୍କୁ ତାଲିକାରୁ ବାଦ୍‌ ଦିଆଯାଇଛି। ବିଧାନସଭାରେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଲିଖିତ ଉତ୍ତରରେ ଏହା ଉଲ୍ଲେଖ କରିଛନ୍ତି।

ମନ୍ତ୍ରୀ କହିଛନ୍ତି, କେନ୍ଦୁଝରରେ ସର୍ବାଧିକ ୩୫ ହଜାର ୫୫୦ ମୃତ ବ୍ୟକ୍ତିଙ୍କ ନାଁରେ ରାଶନ କାର୍ଡ ରହିଥିବାବେଳେ ଗଞ୍ଜାମରେ ୨୫ ହଜାର ୭୮୯ ଭୂତ ରାଶନକାର୍ଡଧାରୀ ରହିଛନ୍ତି। ସେହିପରି ମୟୁରଭଞ୍ଜ, ରାୟଗଡ଼ାରେ ମଧ୍ୟ ଅନେକ ଭୂତ ରାଶନକାର୍ଡଧାରୀ ଅଛନ୍ତି। ୧୬ ହଜାର ୧୮୪ ଅଯୋଗ୍ୟ ପରିବାରକୁ ରାଶନ କାର୍ଡରୁ ବାଦ ଦିଆଯାଇଥିବା ଆଜି ମନ୍ତ୍ରୀ କହିଛନ୍ତି।

Leave A Reply

Your email address will not be published.