ମମତା କହିଲେ, ଲାଇନରେ ଅଛନ୍ତି ଆହୁରି ଅନେକ
ପ୍ରଥମେ ମମତା, ପରେ ସୁଜିତ, ଆଗକୁ କିଏ ? ଏକାଧିକ ନାଁକୁ ନେଇ ଚର୍ଚ୍ଚା ଜୋର । ଶାସନ ଗାଦିରୁ ବିଜେଡି ହଟିବା ପରେ ଏବେ ବଳ ପାଉଛନ୍ତି ଅସନ୍ତୁଷ୍ଟ ସାଂସଦ । ଆଉ ଏହାରି ଭିତରେ ବିଜେପି ସାଂସଦ ମମତା ମହାନ୍ତଙ୍କ ବୟାନ ଚର୍ଚ୍ଚାକୁ ଅଧିକ ଖୋରାକ୍ ଯୋଗାଇଛି । ମମତା ନୂଆ ସମୀକରଣ ଆଡକୁ ଇଙ୍ଗିତ କରି କହିଛନ୍ତି, ଏକଛତ୍ରବାଦ ଶାସନ ଯୋଗୁ ବିଜେଡି କର୍ମୀ ଅସନ୍ତୁଷ୍ଟ ଅଛନ୍ତି। ସମୟ ଆସିଲେ ସବୁ ଜଣାପଡିବ। ମୋ ପରେ ସୁଜିତ କୁମାର ଦଳ ଛାଡିଲେ, ଆଗକୁ ଆହୁରି ଆସିପାର ନ୍ତି।
ପ୍ରଥମେ ମମତା, ପରେ ସୁଜିତ, ଆଗକୁ କିଏ ? ଏକାଧିକ ନାଁକୁ ନେଇ ଚର୍ଚ୍ଚା ଜୋର । ଶାସନ ଗାଦିରୁ ବିଜେଡି ହଟିବା ପରେ ଏବେ ବଳ ପାଉଛନ୍ତି ଅସନ୍ତୁଷ୍ଟ ସାଂସଦ । ଆଉ ଏହାରି ଭିତରେ ବିଜେପି ସାଂସଦ ମମତା ମହାନ୍ତଙ୍କ ବୟାନ ଚର୍ଚ୍ଚାକୁ ଅଧିକ ଖୋରାକ୍ ଯୋଗାଇଛି । ମମତା ନୂଆ ସମୀକରଣ ଆଡକୁ ଇଙ୍ଗିତ କରି କହିଛନ୍ତି, ଏକଛତ୍ରବାଦ ଶାସନ ଯୋଗୁ ବିଜେଡି କର୍ମୀ ଅସନ୍ତୁଷ୍ଟ ଅଛନ୍ତି। ସମୟ ଆସିଲେ ସବୁ ଜଣାପଡିବ। ମୋ ପରେ ସୁଜିତ କୁମାର ଦଳ ଛାଡିଲେ, ଆଗକୁ ଆହୁରି ଆସିପାରନ୍ତି ।
ଆଉ ସେପଟେ ଖୋଦ୍ ବିଜେଡି ଭିତରୁ ବି ଏଭଳି ସ୍ଥିତିକୁ ନେଇ ଆଶଙ୍କା ପ୍ରକାଶ ପାଇଲାଣି। ବରିଷ୍ଠ ବିଜେଡି ନେତା ଅମର ଶତପଥୀ କହିଛନ୍ତି ଅନ୍ୟ ବ୍ୟକ୍ତିବିଶେଷ ଦଳ ଛାଡିବା ଭିନ୍ନ, କିନ୍ତୁ ସାଂସଦମାନେ ଦଳ ଛାଡିଲେ ପ୍ରଭାବ ସଂଗଠନ ଉପରେ ନିଶ୍ଚିତ ପଡିବ । ଦଳ ଆତ୍ମନିରୀକ୍ଷଣ କରିବା ଆବଶ୍ୟକ ।ଗତ ଜୁଲାଇ ୩୧ରେ ବିଜେଡି ଛାଡିଥିଲେ ମମତା । ଆଉ ତା’ର ଦେଢ଼ମାସ ନ ପୁରୁଣୁ ଆଉ ଜଣେ ସାଂସଦ ବିଜେଡି ଛାଡି ବିଜେପି ଯିବା ପରେ ରାଜ୍ୟ ରାଜନୀତିରେ ଏବେ ବଡ଼ ହଲ୍ଚଲ୍ । ରାଜନୈତିକ ବୟାନବାଜି ବି ତେଜିଛି । ଡ୍ରାଇଭର୍ ସିଟରେ ଥିବା ବିଜେପି ପୁରା କନ୍ଫିଡେଣ୍ଟରେ । ବିଜେପି ବିଧାୟକ ବାବୁ ସିଂ ଶୁଆ-ଶାରୀ ଉପଖ୍ୟାନ ଦେଇ କହିଛନ୍ତି ଜନ ପ୍ରତିନିଧିଙ୍କୁ ଆଉ ପଞ୍ଜୁରୀ ଭିତରେ ବନ୍ଦ କରି ରଖିପାରିବନି ବିଜେଡି ।