୩୧ ପ୍ରତିଶତ ରାଜ୍ୟସଭା ସାଂସଦଙ୍କ ନାଁରେ ରହିଛି ଅପରାଧିକ ମାମଲା

0

ନୂଆଦିଲ୍ଲୀ(ଆମ ଟିଭି): ଦେଶରେ ପ୍ରାୟ ୩୧ ପ୍ରତିଶତ ରାଜ୍ୟସଭା ସାଂସଦଙ୍କ ନାଁରେ ରହିଛି ଅପରାଧିକ ମାମଲା। ଏଡିଆର ନ୍ୟାସନାଲ ଇଲେକ୍ସନ୍ ୱାଚ୍ ଦ୍ୱାରା ଜାରି କରାଯାଇଥିବା ଏକ ରିପୋର୍ଟରୁ ଏଭଳି ତଥ୍ୟ ମିଳିଛି। ରିପୋର୍ଟ ଅନୁସାରେ ରାଜ୍ୟସଭାର ୩୧ ପ୍ରତିଶତ ସାଂସଦ ନିଜ ନାଁରେ ଅପରାଧିକ ମାମଲା ଚାଲୁଥିବା ସୂଚନା ଦେଇଥିଲେ। ଏହାସହ ରାଜ୍ୟସଭା ସଦସ୍ୟଙ୍କ ହାରାହାରି ସମ୍ପତ୍ତି ୭୯.୫୪ କୋଟି ଟଙ୍କା ରହିଛି।

ଆସୋସିଏସନ୍ ଫର ଡେମୋକ୍ରାଟିକ୍ ରିଫର୍ମସ୍ ଏବଂ ନ୍ୟାସନାଲ୍ ଇଲେକ୍ସନ୍ ୱାଚ୍ ୨୩୩ ଜଣ ବର୍ତ୍ତମାନ ସାଂସଦଙ୍କ ମଧ୍ୟରୁ ୨୨୬ ଜଣଙ୍କର ଅପରାଧିକ, ଆର୍ଥିକ ଏବଂ ଅନ୍ୟାନ୍ୟ ପୃଷ୍ଠଭୂମି ବିବରଣୀ ବିଶ୍ଳେଷଣ କରିଛି। ବର୍ତ୍ତମାନ ରାଜ୍ୟସଭାରେ ଗୋଟିଏ ସିଟ୍ ଖାଲି ରହିଛି। ରିପୋର୍ଟରେ କୁହାଯାଇଛି ଯେ ଦୁଇ ଜଣ ସାଂସଦଙ୍କ ବାବଦରେ ବିଶ୍ଳେଷଣ କରାଯାଇ ନାହିଁ। କାରଣ ସେମାନଙ୍କର ଆଫିଡେଭିଟ୍ ଉପଲବ୍ଧ ନଥିଲା। ରିପୋର୍ଟରେ କୁହାଯାଇଛି ଯେ ୨୨୬ ବର୍ତ୍ତମାନ ସାଂସଦଙ୍କ ମଧ୍ୟରୁ ୧୯୭ ଅର୍ଥାତ ୮୭ ପ୍ରତିଶତ ସାଂସଦ ହେଉଛନ୍ତି କୋଟିପତି। ଏବଂ ପ୍ରତି ସାଂସଦଙ୍କ ହାରାହାରି ସମ୍ପତ୍ତି ୭୯.୫୪ କୋଟି ରହିଛି।

Leave A Reply

Your email address will not be published.