ଶ୍ରୀମନ୍ଦିର ଭିତରେ ଉଷୁନା ଚାଉଳ ପୂରାଇଥିବା ବ୍ୟକ୍ତିଙ୍କୁ ତୁରନ୍ତ ଗିରଫ କରାଯାଉ: ବିଜେପି

0

ଭୁବନେଶ୍ୱର(ଆମ ଟିଭି): ଓଡ଼ିଶାର ଅଗଣିତ ଜଗନ୍ନାଥପ୍ରେମୀଙ୍କ ଆସ୍ଥା, ବିଶ୍ୱାସକୁ ଆଘାତ ପହଞ୍ଚାଇବା ସହିତ ଜଗନ୍ନାଥ ସଂସ୍କୃତି ଏବଂ ପରମ୍ପରାକୁ ବିଜେଡି ଧୂଳିସାତ କରିଛି। ପରିକ୍ରମା ପ୍ରକଳ୍ପ ସମୟରେ ବିଜେଡି ପକ୍ଷରୁ ଯେଉଁଭଳି ଚାଉଳ ସଂଗ୍ରହ କରାଗଲା, ପରବର୍ତୀ ସମୟରେ ସେହି ବାରମିଶା ଚାଉଳ କାହିଁକି ସଂଗୃହୀତ କରାଯାଉଛି ସେନେଇ ମଧ୍ୟ ପ୍ରଶ୍ନ ଉଠିଥିଲା। ଗଜପତି ମହାରାଜା ସେହି ଚାଉଳ ସଂଗ୍ରହରେ ମନ୍ଦିର ପରିଚାଳନା ସମିତିର ସହମତି ନାହିଁ ବୋଲି ପ୍ରକାଶ କରିଛନ୍ତି। ସେହି ବାରମିଶା ଚାଉଳକୁ ସରକାର ଏବେ ଶ୍ରୀମନ୍ଦିରରେ ମହାପ୍ରସାଦ ଆକାରରେ ଭୋଗ ଲଗାଉଛନ୍ତି।

ଏହାକୁ ଓଡ଼ିଶାର ଯୁବବର୍ଗ ଆଦୌ ବରଦାସ୍ତ କରିବେ ନାହିଁ ବୋଲି ଭାଜପା ଯୁବମୋର୍ଚ୍ଚା ପକ୍ଷରୁ କୁହାଯାଇଛି। ଗୁରୁବାର ମାଷ୍ଟର କ୍ୟାଣ୍ଟିନଠାରେ ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଅଭିଳାଷ ପଣ୍ଡାଙ୍କ ନେତୃତ୍ୱରେ ଜଗନ୍ନାଥ ସଂସ୍କୃତି ଓ ପରମ୍ପରାକୁ ଧୂଳିସାତ କରୁଥିବା ଅଭିଯୋଗରେ ରାଜ୍ୟ ସରକାରଙ୍କ ବିରୋଧରେ ବିକ୍ଷୋଭ କରାଯାଇଛି। ଏଥିସହ ଯେଉଁ ବ୍ୟକ୍ତିମାନେ ଶ୍ରୀମନ୍ଦିର ଭିତରେ ଉଷୁନା ଚାଉଳ ପୂରାଇଛନ୍ତି ସେମାନଙ୍କୁ ତୁରନ୍ତ ଗିରଫ କରାଯାଉ ବୋଲି ଯୁବମୋର୍ଚ୍ଚା ଦାବି କରିଛି।

Leave A Reply

Your email address will not be published.