ଇସ୍ତଫା ଦେଲେ TMC ସାଂସଦ

0

କୋଲକାତା : ବଙ୍ଗଳା ଚଳଚ୍ଚିତ୍ର ଅଭିନେତ୍ରୀ ତଥା ଯାଦବପୁରର ଟିଏମ୍‌ସି ଏମ୍‌ପି ମିମି ଚକ୍ରବର୍ତ୍ତୀ ଇସ୍ତଫା ଦେଇଛନ୍ତି। ସେ ତୃଣମୂଳ କଂଗ୍ରେସ(ଟିଏମ୍‌ସି) ସୁପ୍ରିମୋ ମମତା ବାନାର୍ଜୀଙ୍କୁ ଚିଠି ଲେଖି ଗୁରୁତର ଅଭିଯୋଗ ଆଣିଛନ୍ତି। ତାଙ୍କୁ ବାରମ୍ବାର ଅପମାନିତ କରାଯାଇଥିବା ମିମି କହିବା ସହ ଏଥର ଲୋକ ସଭା ନିର୍ବାଚନ ଲଢ଼ିବେ ନାହିଁ ବୋଲି କହିଛନ୍ତି।

ଗୁରୁବାର ମିମି ବିଧାନସଭାରେ ପହଞ୍ଚି ବାଚସ୍ପତି ବିମାନ ବାନାର୍ଜୀଙ୍କ ପ୍ରକୋଷ୍ଠରେ ମମତାଙ୍କୁ ଭେଟିଥିଲେ। ଏଠାରେ ସେ ମମତାଙ୍କୁ ନିଜର ଇସ୍ତଫା ଦେଇଥିଲେ। ହେଲେ ମମତା ତାହା ଗ୍ରହଣ କରି ନ ଥିବା ଜଣାପଡ଼ିଛି।

ମିମି ପୁନର୍ବାର କହିଛନ୍ତି ଯେ, ସେ ରାଜନୀତିରେ ରହିବାକୁ ଚାହୁଁନାହାଁନ୍ତି। କିନ୍ତୁ ସାଧାରଣ ଲୋକଙ୍କ ମଧ୍ୟରେ ରହିବେ। କାରଣ ସେ ବୁଝିସାରିଛନ୍ତି ଯେ ରାଜନୀତି ତାଙ୍କ ପାଇଁ ନୁହେଁ। ସେ କେବେ ବି ରାଜନୀତି କରିବାକୁ ଚାହୁଁ ନ ଥିଲେ। ହେଲେ ମାନସିକ ଯନ୍ତ୍ରଣା ଭୋଗୁଛନ୍ତି। ଅନେକ ଥର ତାଙ୍କୁ ମଞ୍ଚରେ, ଫୋନ୍‌ରେ ଏବଂ ଅନ୍ୟ ଉପାୟରେ ଅପମାନ ସହିବାକୁ ପଡ଼ିଥିଲା। ତାଙ୍କୁ ଅବହେଳା ମଧ୍ୟ କରାଯାଇଛି। ଏଣୁ ସେ ଉକ୍ତ ବିଷୟରେ କହିବାକୁ ଚାହୁଁ ନ ଥିବା କୁହାଯାଇଛି।

Leave A Reply

Your email address will not be published.