ଆଜି ବିଆରଏସରେ ସାମିଲ୍ ହେବେ ଗିରିଧର ଗମାଙ୍ଗ, ଶିଶିର ଗମାଙ୍ଗ ଓ ଜୟରାମ ପାଙ୍ଗୀ

0

ଭୁବନେଶ୍ୱର(ଆମ ଟିଭି): ଓଡ଼ିଶାରେ ୨୦୨୪ ନିର୍ବାଚନକୁ ନେଇ ତାତି ଜୋର ହେଲାଣି । ଏହାରି ଭିତରେ ଓଡ଼ିଶା ଉପରେ ପଡ଼ିଛି କେସିଆରଙ୍କ ଆଖି । ଆଜି ବିଆରଏସରେ ସାମିଲ ହେବେ ଓଡ଼ିଆ ନେତା । କେସିଆର୍ ପଠାଇଥିବା ସ୍ୱତନ୍ତ୍ର ବିମାନରେ ଆଜି ଓଡ଼ିଆ ନେତା ହାଇଦ୍ରାବାଦ ଯିବେ । ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ, ତାଙ୍କ ପୁଅ ଶିଶିର ଗମାଙ୍ଗ, ପୂର୍ବତନ ମନ୍ତ୍ରୀ ଜୟରାମ ପାଙ୍ଗି ଏକ ସ୍ୱତନ୍ତ୍ର ଚାଟାର୍ଡ ଫ୍ଲାଇଟରେ ହାଇଦ୍ରାବାଦ ଯିବେ ।

ହାଇଦ୍ରାବାଦରେ ଏକ କାର୍ୟ୍ୟକ୍ରମରେ ବିଆରଏସ ମୁଖ୍ୟ ଚନ୍ଦ୍ରଶେଖର ରାଓଙ୍କ ଉପସ୍ଥିତିରେ ଏମାନେ ବିଆରଏସରେ ସାମିଲ ହେବେ । କନ୍ଧମାଳର ପୂର୍ବତନ କଂଗ୍ରେସ ନେତା କୈଳାସ ମୁଖ୍ୟ ବିଆରଏସରେ ସାମିଲ ହୋଇସାରିଛନ୍ତି । ଏନେଇ ତେଲେଙ୍ଗାନା ଗଣମାଧ୍ୟମରେ ବି ଚର୍ଚ୍ଚା ଚାଲିଛି । ନବ ନିର୍ମାଣ କୃଷକ ସଙ୍ଗଠନର କିଛି ନେତା ବି ଏମାନଙ୍କ ସହ ଯିବା ସୂଚନା ରହିଛି । ଗତ ସପ୍ତାହରେ ଏହି ନେତାମାନେ ଚନ୍ଦ୍ରଶେଖର ରାଓଙ୍କୁ ଭେଟି ନୂଆ ସମୀକରଣର ଇସାରା ଦେଇଥିଲେ । ଜାନୁଆରୀରେ ୧୮ରେ ତେଲେଙ୍ଗାନାର ଖମ୍ମମରେ ଚନ୍ଦ୍ରଶେଖର ରାଓଙ୍କ ରାଲିରେ ଦିଲ୍ଲୀ, ପଞ୍ଜାବ, କେରଳ ମୁଖ୍ୟମନ୍ତ୍ରୀଙ୍କ ସମେତ ଅନେକ ବଡ ନେତା ଯୋଗଦେଇଥିଲେ ।

 

Leave A Reply

Your email address will not be published.