ନୂଆଦିଲ୍ଲୀ(ଆମ ଟିଭି): ଆଜି ହେଉଛି ଭାରତୀୟ ସେନା ଦିବସ । ପ୍ରଥମଥର ପାଇଁ ଦେଶର ରାଜଧାନୀ ଦିଲ୍ଲୀ ବାହାରେ ହେବ ଆର୍ମି ଡେ’ ବା ସେନା ଦିବସ ପ୍ୟାରେଡ୍। ୧୯୪୯ ପରଠାରୁ ସବୁ ବର୍ଷ ଜାନୁଆରୀ ୧୫ରେ ଆର୍ମି ଦିବସ ଉପଲକ୍ଷେ ପ୍ୟାରେଡ ଓ ଅନ୍ୟାନ୍ୟ ଚିତାକର୍ଷକ କାର୍ୟ୍ୟକ୍ରମ ରାଜଧାନୀରେ ଅନୁଷ୍ଠିତ ହେଉଥିଲା। ହେଲେ ଚଳିତ ବର୍ଷ ଏଥିରେ ବ୍ୟତୀକ୍ରମ ଦେଖାଦେଇଛି। ଦିଲ୍ଲୀ ବଦଳରେ ଆର୍ମି ଡେ’ ପ୍ୟାରେଡ ବେଙ୍ଗାଲୁରୁର ପ୍ୟାରେଡ୍ ଗ୍ରାଉଣ୍ଡରେ ଅନୁଷ୍ଠିତ ହେବ। ଆଜି ୭୫ତମ ଆର୍ମି ଦିବସ ହୋଇଥିବା ବେଳେ ଆସନ୍ତାକାଲି ପ୍ୟାରେଡ କାର୍ୟ୍ୟକ୍ରମର ବେଙ୍ଗାଲୁରୁରେ ଆୟୋଜନ କରାଯିବ।
ସ୍ଥଳସେନା ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ ପ୍ୟାରେଡର ସମୀକ୍ଷା କରିବେ ଓ ଗ୍ୟାଲେଣ୍ଟ୍ରି ମେଡାଲ ପ୍ରଦାନ କରିବେ। ଏହାପରେ ପରେ ଆର୍ମି ସର୍ଭିସ କର୍ପସ ଟର୍ନାଡୋ ଦ୍ୱାରା ସାହସିକ ମୋଟରସାଇକେଲ କଳା ପ୍ରଦର୍ଶନ କରାଯିବ। ଏହାବାଦ ପାରାଟ୍ରୁପରଙ୍କ ଦ୍ୱାରା ସ୍କାଏଡାଇଭିଙ୍ଗ, ଡେୟାରଡେଭିଲ ଜମ୍ପ ଓ ଆର୍ମି ଆଭିଏସନ କର୍ପସ ହେଲିକପ୍ଟର ଦ୍ୱାରା ନିଜର ପରାକ୍ରମ ସମସ୍ତଙ୍କୁ ଦେଖାଇବେ।