ଗତକାଲି ଦଳାଚକଟା: ଆଜି ୧୪୪ ଧାରା

0

କଟକ(ଆମ ଟିଭି): ଗତକାଲିର ଦଳାଚକଟା ପରେ ଆଜି ଲାଗୁ ହେଲା ୧୪୪ ଧାରା । ଏହି ଦଳାଚକଟାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଗୁରୁତର ହୋଇଥିଲେ । ଆମେ କହୁଛୁ କଟକ ଜିଲ୍ଲା ବଡ଼ମ୍ବାର ସିଂହନାଥ ପୀଠ କଥା । ଏଠାରେ ଗତକାଲି ଦଳଚକଟା ପରେ ଜାରି ହୋଇଛି ୧୪୪ ଧାରା। ଆଜି ଓ ଆସନ୍ତାକାଲି ମନ୍ଦିରକୁ ନଆସିବାକୁ ଶ୍ରଦ୍ଧାଳୁଙ୍କୁ କୁହାଯାଇଛି। ସେହିପରି ମକର ମେଳାରେ ପଡ଼ିଥିବା ଦୋକାନ ଗୁଡ଼ିକୁ ଉଠାଇ ଘରକୁ ପଳାଇବାକୁ ଦୋକାନୀମାନଙ୍କୁ କୁହାଯାଇଛି। ଏହା ସହିତ ସେଠାରେ ଅଧିକ ଫୋର୍ସ ମୁତୟନ କରାଯାଇଛି।


ଗତକାଲି ସିଂହନାଥ ପୀଠକୁ ଯିବାକୁ ଉଦ୍ଦିଷ୍ଟ ଟି-ବ୍ରିଜ୍ରେ ଘଟିଥିବା ଦଳାଚକଟାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ୩୦ରୁ ଅଧିକ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ କଟକ ବଡ଼ ଡାକ୍ତରଖାନାରେ ସେମାନଙ୍କୁ ଭର୍ତ୍ତି କରାଯାଇଛି। ଆଉ କିଛି ଆହତ ବଡ଼ମ୍ବା ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ମକର ମେଳା ଅବସରରେ ଏହି ପୀଠକୁ ଯେତିକି ସଂଖ୍ୟକ ଲୋକ ଆସିବେ ବୋଲି ପ୍ରଶାସନ ଆକଳନ କରିଥିଲା, ତା’ଠାରୁ ଢେର ଅଧିକ ଲୋକଙ୍କର ସମାଗମ ହୋଇଥିଲା। ସଂକୀର୍ଣ୍ଣ ସେତୁ ସାଙ୍ଗକୁ ଲୋକଙ୍କ ତୁଳନାରେ ଶାନ୍ତି ଶୃଙ୍ଖଳା ନିୟନ୍ତ୍ରଣ ପାଇଁ କମ୍ ସଂଖ୍ୟ ପୁଲିସ କର୍ମଚାରୀ ଥିବାରୁ ଏଭଳି ଘଟିଥିବା ଅଭିଯୋଗ ହୋଇଛି। ମେଳାରେ ଭିଡ଼ ନିୟନ୍ତ୍ରଣ ପାଇଁ ମାତ୍ର ୩ ପ୍ଲାଟୁନ୍ ଫୋର୍ସ ନିୟୋଜିତ ହୋଇଥିଲେ। ମେଳା ପରିଚାଳନାରେ ପ୍ରଶାସନ ପୂରା ଫେଲ୍ ମାରିଥିବା କୁହାଯାଉଛି।

Leave A Reply

Your email address will not be published.