ଭୁବନେଶ୍ୱର(ଆମ ଟିଭି): ୨୦୨୩ର ଆଜି ହେଉଛି ପ୍ରଥମ ଉପଛାୟା ଚନ୍ଦ୍ରଗ୍ରହଣ । ହେଲେ ଏହା ଭାରତରେ ଦୃଶ୍ୟମାନ ହେବନାହିଁ । ଆଜି ରାତି ୮ଟା ୪୬ ମିନିଟରୁ ଚନ୍ଦ୍ରଗ୍ରହଣ ଲାଗିବା ଆରମ୍ଭ ହେବ । ସେହିପରି ମଧ୍ୟରାତ୍ରୀ ଗୋଟାଏ ୨ ମିନିଟ୍ରେ ଚନ୍ଦ୍ରଗ୍ରହଣ ସମାପ୍ତ ହେବ । ଆଜି ମଧ୍ୟ ବୁଦ୍ଧ ପୂର୍ଣ୍ଣିମା । ୧୩୦ ବର୍ଷ ପରେ ସଂଯୋଗ ବଶତଃ ଉଭୟ ଗୋଟିଏ ଦିନରେ ପଡୁଛି ।
ତେବେ ଚନ୍ଦ୍ରଗ୍ରହଣ ଏସିଆ ଓ ୟୁରୋପ ମହାଦେଶର ଅଧିକାଂଶ ସ୍ଥାନ ତଥା ନ୍ୟୁଜିଲ୍ୟାଣ୍ଡ , ଅଷ୍ଟ୍ରେଲିଆରେ ଦେଖାଯିବ । ଆଜି ଚନ୍ଦ୍ରଗ୍ରହଣରେ ଚନ୍ଦ୍ର ପୃଥିବୀର ଉପଛାୟା ମଧ୍ୟରେ ପ୍ରବେଶ କରି ଅତିକ୍ରମ କରିବ । ତେଣୃ ଏହା ଏକ ଦୁର୍ବଳ ଚନ୍ଦ୍ରଗ୍ରହଣ ହେବ ବୋଲି କୁହାଯାଉଛି ।