ଆଜି ସୁଭଦ୍ରା ପ୍ରଥମ କିସ୍ତି ୫ମ ପର୍ଯ୍ୟାୟ ଟଙ୍କା

0

ରାଜ୍ୟ ସରକାରଙ୍କ ସୁଭଦ୍ରା ଯୋଜନାରେ ଅର୍ଥରାଶି ପାଇବା ପାଇଁ ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରାୟ ୧ କୋଟି ୮ ଲକ୍ଷ ମହିଳା ଆବେଦନ କରିସାରିଛନ୍ତି। ଗୁରୁବାର ପଞ୍ଚମ ପର୍ଯ୍ୟାୟରେ ପ୍ରାୟ ୧ ଲକ୍ଷ ୭୦ ହଜାର ମହିଳାଙ୍କୁ ପ୍ରଥମ କିସ୍ତି ପ୍ରଦାନ କରାଯିବ। ଉକ୍ତଦିନ ହିତାଧିକାରୀଙ୍କ ସଂଖ୍ୟା ୧ କୋଟି ଟପିବ। ସର୍ଭେ ପରେ ଅବଶିଷ୍ଟ ହିତାଧିକାରୀଙ୍କୁ ଆସନ୍ତା ରାଖୀ ପୂର୍ଣ୍ଣିମାରେ ଏକ ସଙ୍ଗେ ୩ଟି କିସ୍ତି ପ୍ରଦାନ କରାଯିବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ବୁଧବାର ସୂଚନା ଦେଇଛନ୍ତି। ଉପମୁଖ୍ୟମନ୍ତ୍ରୀ ପରିଡ଼ା କହିଛନ୍ତି, ସୁଭଦ୍ରା ଯୋଜନାରୁ ଯେପରି କୌଣସି ଯୋଗ୍ୟ ହିତାଧିକାରୀ ବଞ୍ଚତ୍ତ ନ ହୁଅନ୍ତି, ସେଥିପାଇଁ ଘର ଘର ବୁଲି ହିତାଧିକାରୀଙ୍କୁ ଚିହ୍ନଟ କରାଯିବ। ମାର୍ଚ୍ଚ ୩୧ ତାରିଖରେ ଆବେଦନ ପ୍ରକ୍ରିୟାକୁ ବନ୍ଦ ରଖି ସର୍ଭେ କରିବା ପାଇଁ ସରକାରଙ୍କ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ଅଧିକାରୀମାନେ ଦ୍ୱାରକୁ ଦ୍ୱାର ଯାଇ ୱାନ ଟୁ ୱାନ ସର୍ଭେ କରିବେ।

Leave A Reply

Your email address will not be published.