ଓଡିଆ ଚଳଚ୍ଚିତ୍ର ବଞ୍ଚାଅ ଅଭିଯାନର ଆଜିର ସଂକଳ୍ପ କପି ଚଳଚ୍ଚିତ୍ର କୁ ବିରୋଧ*

0

ଭୁବନେଶ୍ୱର(ଆମ ଟିଭି): ଓଲିଉଡ଼ ପ୍ରଯୋଜକଙ୍କ ନୀରବ ପଦଯାତ୍ରା ୭ମ ଦିନରେ ପହଞ୍ଚିଥିବା ବେଳେ ଆଜି ପ୍ରଯୋଜକମାନଙ୍କ ମାନେ ଏକ ଦୃଢ ସଂକଳ୍ପ ନେଇଛନ୍ତି । ଓଡ଼ିଆ ସିନେମା ପ୍ରତି ଯଦି ଆଜି ଦର୍ଶକ ମୁହଁ ଫେରାଇନେଇଛନ୍ତି ତେବେ ତାର ଏକମାତ୍ର କାରଣ ଅଣଓଡ଼ିଆ ସିନେମାକୁ କପି କରି ଦର୍ଶକଙ୍କୁ ଠକିବାର ପ୍ରୟାସ । ପ୍ରାୟତଃ ତେଲୁଗୁ ଏବଂ ଅନ୍ୟାନ୍ୟ ଭାଷାର କାହାଣୀ କୁ ମିଶା ଗୋଳା କରି ଓଡ଼ିଆ ରେ ନିର୍ମାଣ କରାଯାଉନଥିବା କାରଣ ହିଁ ଆଜି ଦର୍ଶକ ଙ୍କ ମନରେ ବିତୃଷ୍ନା ଭାବ ଜାତ କରାଇଛି ।

ନିକଟ ଅତୀତରେ ନିଚ୍ଛକ ଓଡ଼ିଆ କାହାଣୀ କୁ ନେଇ ଯେଉଁ ସବୁ ଚଳଚ୍ଚିତ୍ର ନିର୍ମାଣ ହୋଇଛି ବେଶ ଲୋକାଦୃତ ହୋଇଥିବା କଥା ଦର୍ଶକମାନଙ୍କର ପ୍ରତିକ୍ରିୟା ରହିଛି । ତେଣୁ ଓଲିଉଡ଼ ସିନେ କ୍ରିଏଟିଭ ହେଡ଼ ଶ୍ରୀଯୁକ୍ତ ପ୍ରଣୟ ଜେଠୀ ଅନେକ ପ୍ରଯୋଜକ ଏବଂ ନିର୍ଦ୍ଦେଶକ ଙ୍କ ଗହଣ ରେ ଆଲୋଚନା କରି ଆଗାମୀ ଦିନରେ କପି ଚଳଚ୍ଚିତ୍ରକୁ ବିରୋଧ କରିବା ସହିତ ଏହାର ପ୍ରୋମସନ ନ କରିବାକୁ ସଂକଳ୍ପ ନେଇଛନ୍ତି । ଏଥି ପ୍ରତି ଆମ ଓଲିଉଡ଼ ସିନେମା ଜଗତର କାହାଣୀକାର ଏବଂ ସଂଳାପକାର ମଧ୍ୟ ଦୃଷ୍ଟି ଦେବା ଉଚିତ ବୋଲି ଶ୍ରୀଯୁକ୍ତ ଜେଠୀ ନିବେଦନ କରିଛନ୍ତି ।

Leave A Reply

Your email address will not be published.