ପୁଣି ଲାଇନଚ୍ୟୁତ ହେଲା ଟ୍ରେନ: କଟକ ନିର୍ଗୁଣ୍ଡି ନିକଟରେ କାମାକ୍ଷା ଏକ୍ସପ୍ରେସର ୧୧ ବଗି ଲାଇନଚ୍ୟୁତ, ଜଣେ ମୃତ

0

ଭୁବନେଶ୍ୱର(ଆମ ଟିଭି): ବେଙ୍ଗାଲୁରୁ କାମାକ୍ଷା ଏକ୍ସପ୍ରେସ ଲାଇନଚ୍ୟୁତ । ଟ୍ରାକରୁ ଖସିଲା ଏଗାର ବଗି । ଦୁର୍ଘଟଣାରେ କେହି ମୃତାହତ ହୋଇ ନଥିବା ସୂଚନା ରହିଛି ।  ଚୌଦ୍ବାର ନିର୍ଗୁଣ୍ଡି ନିକଟରେ ଏହି ଦୁର୍ଘଟଣା ଘଟିଛି । ଏଗାର ବଗି ଲାଇନଚ୍ୟୁତ ହୋଇଥିବା ବେଳେ କାହାରି ମୃତ୍ୟୁ ଘଟି ନଥିବା ସିପିଆରଓ ବିଶ୍ବଜିତ ସାହୁ ସୂଚନା ଦେଇଛନ୍ତି ,ଏବେ ସୁଦ୍ଧା କୌଣସି କ୍ଷୟକ୍ଷତି ସୂଚନା ମିଳିନଥିବା ବେଳେ ଯାତ୍ରୀମାନେ ଭୟରେ ବାହାରକୁ ଦୌଡିଥିଲେ । ଟ୍ରେନ୍‌ର ଏଗାର ବଗି ଲାଇନଚ୍ୟୁତ ହୋଇଥିବା ନେଇ ସୂଚନା ମିଳିଛି । ଖବର ପାଇଁ ରେଳବାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଛି ।

ତେବେ କେଉଁପରିସ୍ଥିତିରେ ଏଭଳି ଅଘଟଣ ଘଟିଲା ସେ ନେଇ କୌଣସି ସୂଚନା ମିଳିନଥିବା ବେଳେ ତଦନ୍ତ ପରେ ସ୍ପଷ୍ଟ ହେବ । ଭୀଷଣ ଡହ ଡ଼ହ ଖରାରେ ହନ୍ତସନ୍ତ ହେଉଛନ୍ତି ଯାତ୍ରୀ । କେତେବେଳେ ଟ୍ରେନ ଚଳାଚଳ ସ୍ୱଭାବିକ ହେବ ତାର ମଧ୍ୟ ସୂଚନା ନାହିଁ । ସେପଟେ ଏନେଇ ଏଗାରଟି ବଗି ଲାଇନଚ୍ୟୁତ ହୋଇଥିବା ସୂଚନା  ଦେଇଛନ୍ତି ସିପିଆରଓ । ଏହା ଭିତରେ ଏସି ବଗି ଗୁଡିକ ରହିଥିବା କହିଛନ୍ତି ପୂର୍ବତଟ ରେଳପଥ ଅଧିକାରୀ

ଏପର୍ଯ୍ୟନ୍ତ କେହି ମୃତାହତ ହୋଇଥିବା ସୂଚନା ହସ୍ତଗତ ହୋଇନାହିଁ ବୋଲି ପୂର୍ବତଟ ରେଲୱେ ପକ୍ଷରୁ ସୂଚନା ମିଳିଛି ।  ଅନ୍ୟପକ୍ଷରେ ସେଠାକୁ ମେଡ଼ିକାଲ ଟିମ ପଠାଇ ଦିଆଯାଇଛି ଏହା ସହ ଏନଡିଆରଏଫ ଓ ଫାୟାର ଟିମ୍ ପଠାଇ ଦିଆଯାଇଛି ।  ଯେଉଁ ଯାତ୍ରୀମାନେ ସେଠାରେ ରହିଛନ୍ତି ସେମାନଙ୍କୁ କିଭଳି ତାଙ୍କ ଗନ୍ତବ୍ୟ ସ୍ଥଳକୁ ପହଞ୍ଚାଇହେବ ସେ ବ୍ୟବସ୍ଥା କରାଯାଉଛି ।

ଦୁର୍ଘଟଣା ଘଟିଥିବା ସ୍ଥାନରେ ରିଷ୍ଟରେସନ କାମ ଖୁବଶୀଘ୍ର ଆରମ୍ଭ ହେବ ଓ ଅନ୍ୟାନ୍ୟ ଟ୍ରେନ ଚଳାଚଳ ବ୍ୟବସ୍ଥା ଆରମ୍ଭ ପାଇଁ ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ପୂର୍ବତଟ ରେଳପଥ ମୁଖ୍ୟ ଜନସମ୍ପର୍କ ଅଧିକାରୀ ଅଶୋକ କୁମାର ମିଶ୍ର । ଏଥିସହ ସେ କହିଛନ୍ତି  ଏଗାରଟି  କୋଚ୍ ଏସି କୋଚ୍ ରହିଛି । ପ୍ରାରମ୍ଭିକ ସୂଚନା ଅନୁସାରେ କେହି ଆହତ ହୋଇନଥିବା କହିଛନ୍ତି ସିପିଆରଓ । ରୋଡ଼ ଟ୍ରାନ୍ସପୋର୍ଟ  କିମ୍ବା ଅନ୍ୟାନ୍ୟ ବ୍ୟବସ୍ଥା କରି ଯାତ୍ରୀଙ୍କୁ ତାଙ୍କ ଗନ୍ତବ୍ୟ ସ୍ଥଳକୁ ପହଞ୍ଚାଇବା ବ୍ୟବସ୍ଥା ହେଉଛି ।

Leave A Reply

Your email address will not be published.