ଉତ୍ତରାଖଣ୍ଡରେ ଲାଗୁ ହେଲା ସମାନ ନାଗରିକ ସଂହିତା (UCC)

0

ଡେରାଡୁନ (ଆମ ଟିଭି) : ଉତ୍ତରାଖଣ୍ଡରେ ଲାଗୁ ହେଲା ସମାନ ନାଗରିକ ସଂହିତା (UCC)। ମୁଖ୍ୟ ସେବକ ସଦନରେ ୟୁସିସି ପୋର୍ଟାଲର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ। ଦେଶରେ ପ୍ରଥମ ରାଜ୍ୟ ଭାବେ ସମାନ ନାଗରିକ ସଂହିତା ଲାଗୁ କଲା ଉତ୍ତରାଖଣ୍ଡ। ଏହି ନିୟମ ଲାଗୁ ହେବା ପରେ ଲିଭ୍-ଇନ୍ ରିଲେସନ୍, ବିବାହ, ବହୁବିବାହ, ଛାଡ଼ପତ୍ର, ସମ୍ପତ୍ତିଗତ ଅଧିକାରରେ ବହୁ ନିୟମ ବଦଳିବ।

ବିବାହ ରେଜିଷ୍ଟ୍ରେସନ କରିବା ବାଧ୍ୟତାମୂଳକ ହେବ। ସବ ଧର୍ମରେ ଛାଡ଼ପତ୍ର ଆଇନ ସମାନ ହେବ। ବହୁବିବାହ ଏବଂ ହଲାଲା ପ୍ରଥା ବନ୍ଦ ହେବ। ଲିଭ୍-ଇନ୍ ରିଲେସନସିପ୍ରେ ରହିଲେ ରେଜିଷ୍ଟ୍ରେସନ କରିବା ବାଧ୍ୟତାମୂଳକ ହେବ।

କେଉଁ ନିୟମରେ ହେଲା ପରିବର୍ତ୍ତନ ?

ଉତ୍ତରାଖଣ୍ଡରେ ୟୁସିସି ଲାଗୁ ହେବାପରେ ୨୦୧୦ ମାର୍ଚ୍ଚ ୨୬ ତାରିଖ ପରଠାରୁ ସବୁ ଦମ୍ପତି ବିବାହ ଏବଂ ଛାଡପତ୍ର ପଞ୍ଜିକରଣ କରିବା ଅନିବାର୍ଯ୍ୟ ହେବ। ଗ୍ରାମ ପଞ୍ଚାୟତ, ନଗର ପଞ୍ଚାୟତ, ନଗରପାଳିକା, ନଗରନିଗମ, ମହାନଗର ପାଳିକା ସ୍ତରରେ ପଞ୍ଜିକରଣ ସୁବିଧା ମିଳିବ। ପଞ୍ଜିକରଣ ନକଲେ ସରକାରୀ ସୁବିଧାରୁ ବଞ୍ଚିତ ହେବେ। ଏପରିକି ୨୫ ହଜାର ଟଙ୍କା ଜରିମାନା ଦେବାକୁ ପଡ଼ିବ। ସବୁ ଧର୍ମ ଏବଂ ସମୁଦାୟ ପାଇଁ ବିବାହ, ଛାଡ଼ପତ୍ର, ଭରଣପୋଷଣ ଭତ୍ତା ନିୟମ ସମାନ ହେବ। ବିବାହ ପାଇଁ ପୁଅଙ୍କ ସର୍ବନିମ୍ନ ବୟସ ୨୧ ଏବଂ ଝିଅଙ୍କର ସର୍ବନିମ୍ନ ବୟସ ୧୮ ହେବ। ପୁରୁଷଙ୍କ ଭଳି ମହିଳାମାନେ ମଧ୍ୟ ଛାଡ଼ପତ୍ରରେ ସମାନ କାରଣ ଦେଇପାରିବେ। ହଲାଲା ଏବଂ ଇଦ୍ଦତ ଭଳି ପ୍ରତା ବନ୍ଦ ହେବ।

ବିବାହ କରି ଧର୍ମ ପରିବର୍ତ୍ତନ କରିବାକୁ ବାଧ୍ୟ କରାଗଲେ ଛଡ଼ପତ୍ର ଏବଂ ଭରଣପୋଷଣ ଭତ୍ତା ପାଇଁ ଆବେଦନ କରିପାରିବେ। ବହୁବିବାହ ପ୍ରଥା ବନ୍ଦ ହେବ। ସମ୍ପତ୍ତିରେ ପୁଅ-ଝିଅଙ୍କୁ ସମାନ ଅଧିକାର ମିଳିବ। ଲିଭ୍-ଇନ୍ ରିଲେସନସିପ୍ରେ ଜନ୍ମିତ ଶିଶୁକୁ ସମ୍ପତ୍ତିଗତ ଅଧିକାର ମିଳିବ। ବିବାହ ପଞ୍ଜିକରଣ ଦେଇ ଘର, ହଷ୍ଟେଲ କିମ୍ବା ପିଜି ଭଡ଼ାରେ ନେବେ। ଲିଭ୍-ଇନ୍ ସମ୍ପର୍କରେ ବିଚ୍ଛେଦ ହେଲେ ପଞ୍ଜିକରଣ କରିବାକୁ ପଡ଼ିବ। ପଞ୍ଜିକରଣ ନକଲେ ୬ ମାସ ଜେଲ୍ ଦଣ୍ଡ ଭୋଗିବାକୁ ପଡ଼ିବ। ସବୁ ଧର୍ମରେ ପୋଷ୍ୟ ସନ୍ତାନ ଗ୍ରହଣ କରିବାକୁ ଅନୁମତି ମିଳିବ ହେଲେ ଅନ୍ୟ ଧର୍ମରୁ ପୋଷ୍ୟ ସନ୍ତାନ ଗ୍ରହଣ କରିବାକୁ ଅନୁମତି ମିଳିବନି।

Leave A Reply

Your email address will not be published.